fbpx

୫୪ ବର୍ଷ ପରେ ପଡୁଛି ପୂର୍ଣ୍ଣ ସୂର୍ଯ୍ୟ ପରାଗ, ଏହି ୩ଟି ରାଶିଙ୍କର ଖୋଲିବ ଭାଗ୍ୟ, ଆରମ୍ଭ ହେବ ଭଲ ଦିନ

ଓଡ଼ିଶା ଭାସ୍କର: ୮ ଏପ୍ରିଲ ୨୦୨୪ରେ ଚଳିତ ବର୍ଷର ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ହିନ୍ଦୁ ଧର୍ମରେ ପରାଗକୁ ମାନ୍ୟତା ଦିଆଯାଇଛି । ଏହି ସୂର୍ଯ୍ୟ ପରାଗ ରେବତୀ ନକ୍ଷତ୍ର ଏବଂ ମୀନ ରାଶିରେ ଲାଗିବାକୁ ଯାଉଛି । ଯାହାର ଆରମ୍ଭ ରାତି ୯ଟା ୧୨ ମିନଟରୁ ହେବ ଏବଂ ରାତି ୧.୨୫ ରେ ସରିବ ।

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଏହି ସୂର୍ଯ୍ୟପରାଗ ନବରାତ୍ରୀର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଚୈତ୍ର ଅମାବାସ୍ୟାରେ ଲାଗିବାକୁ ଯାଉଛି । ଏହା କିଛି ରାଶିମାନଙ୍କ ପାଇଁ ଶୁଭ ବୋଲି ପ୍ରମାଣିତ ହୋଇପାରେ । ତେବେ ଆସନ୍ତୁ ଜାଣିବା ସେହି ରାଶିମାନଙ୍କ ବିଷୟରେ..

ମକର ରାଶି: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ମକର ରାଶିଙ୍କ ପାଇଁ ଲକି ବୋଲି ପ୍ରମାଣିତ ହେବ । ଆପଣଙ୍କ ରୋଜଗାରର ନୂଆ ଜରିଆ ମିଳିବ । ଯାହାକି ଆର୍ଥିକ ସ୍ଥିତି ଭଲ ରହିବ । ଆପଣଙ୍କୁ ରୋଜଗାରର ନୂଆ ପନ୍ଥା ମିଳିବ । ବହୁ ସମୟରୁ ଅଟକି ଥିବା କାର୍ଯ୍ୟ ସଫଳ ହେବ । ଟଙ୍କାର ସଞ୍ଚୟ ମଧ୍ୟ କରିବେ । ଚାକିରି କରୁଥିବା ଲୋକଙ୍କର ମଧ୍ୟ ପଦୋନ୍ନତି ଘଟିବ ।

ବୃଷ ରାଶି: ଏହି ସୂର୍ଯ୍ୟ ପରାଗ ବୃଷ ରାଶି ପାଇଁ ଖୁସିର ଉପହାର ଦେବ । ମନ ଚାହୁଁଥିବା ଚାକିରି ପ୍ରାପ୍ତ ହେବ । ମାନସିକ ଦୁଃଚିନ୍ତାରୁ ମୁକ୍ତି ମିଳିବ । ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଲୋକଙ୍କ ପାଇଁ ଭଲ ଖବର ମିଳିବ । ପରିବାରର ସହଯୋଗରେ ଆର୍ଥିକ ମଜବୁତ ଆସିବ । ବାଣିଜ୍ୟରେ ଅଟକି ଥିବା ଟଙ୍କା ଫେରସ୍ତ ପାଇବେ ।

ମେଷ ରାଶି: ମେଷ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ପରାଗ ଇଛାଗୁଡିକୁ ପୂରଣ କରିବ । ଆଗାମୀ ଗୋଟିଏ ମାସରେ ନୂଆ କାର୍ଯ୍ୟର ଆରମ୍ଭ ପାଇଁ ଏହି ସମୟ ଉତ୍ତମ ରହିବ । ସୁଖ-ସମୃଦ୍ଧି ବୃଦ୍ଧି ହେବ । ଏହି ସମୟରେ ପରିବାରରେ ଆସୁଥିବା ସମସ୍ୟାମାନ ଦୂର ହେବ । ଏଥିସହ ସମସ୍ୟାରେ ମଧ୍ୟ ଏହାର ପ୍ରଭାବ ପଡିବ । କାର୍ଯ୍ୟକ୍ଷେତ୍ରରେ ଅଧିକାରୀଙ୍କ ସହଯୋଗ ମିଳିବ । ନୂଆ ଦାୟିତ୍ୱ ମିଳିପାରେ ।

Get real time updates directly on you device, subscribe now.