fbpx

‘ଓଡ଼ିଶା ଚକ୍ଷୁ ସେବା କ୍ୟାଡର’ ଗଠନ କଲେ ରାଜ୍ୟ ସରକାର: ସଂକଳ୍ପନାମା ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦନ ରାଜ୍ୟରେ ଜନ ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି ପାଇବା ସହିତ ସରକାରୀ ହସ୍ପିଟାଲମାନଙ୍କରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘ଓଡ଼ିଶା ଚକ୍ଷୁ ସେବା କ୍ୟାଡର’ ଗଠନ କରିଛନ୍ତି । ଏହାଦ୍ୱାରା ଜନସାଧାରଣ ସହଜରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସୁବିଧା ପାରିବେ । ଏଥିସହିତ ଓଡ଼ିଶା ଆୟୁଷ ଆସିଷ୍ଟାଣ୍ଟ ସେବା କ୍ୟାଡର ପୁନର୍ଗଠନ କରାଯିବା ସହିତ ଦେୟରେ ମଧ୍ୟ ସଂଶୋଧନ କରାଯାଇଛି । ଏହି ଦୁଇ କ୍ୟାଡରରେ ନୂତନ ସୃଷ୍ଟି ମଧ୍ୟ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତରଫରୁ ଏକ ସଂକଳ୍ପନାମା ପ୍ରକାଶ ପାଇଛି ।

ଓଡ଼ିଶା ଆୟୁଷ ଆସିଷ୍ଟାଣ୍ଟ ସର୍ଭିସ କ୍ୟାଡରରେ ମୋଟ ୧୧୯୯ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଥିବା ବେଳେ ଓଡ଼ିଶା ଚକ୍ଷୁ ସେବା କ୍ୟାଡରରେ ୫୩୮ଟି ପଦ ରହିଛି । ନୂତନ କ୍ୟାଡରରେ ୧ଟି ସହକାରୀ ନିର୍ଦ୍ଦେଶକ, ୧୫ଟି ମୁଖ୍ୟ ଚକ୍ଷୁ ଅଧିକାରୀ ୫୩ଟି ବରିଷ୍ଠ ଚକ୍ଷୁ ଅଧିକାରୀ (ଲେବଲ-୧), ୧୩୧ଟି ସିନିୟର ଚକ୍ଷୁ ଅଧିକାରୀ (ଲେବଲ-୨), ୩୩୮ଟି ଚକ୍ଷୁ ଅଧିକାରୀ ପଦବୀ ସୃଷ୍ଟି କରାଯାଇଛି । କ୍ୟାବିନେଟର ଅନୁମୋଦନ ପରେ ଓଡ଼ିଶା ଚକ୍ଷୁ ସେବା କ୍ୟାଡର ନିୟମର ଆବଶ୍ୟକ ସୂତ୍ର ପ୍ରସ୍ତୁତ କରାଯିବ । ଗେଜେଟ ନୋଟିଫିକେସନ ପ୍ରକାଶ ପାଇବା ପରଠାରୁ ଏହି ସଂକଳ୍ପନାମା କାର୍ଯ୍ୟକାରୀ ହେବ ।

Get real time updates directly on you device, subscribe now.