fbpx

ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ଟିମ୍ ଘୋଷଣା: ଉପସଭାପତି, ସାଧାରଣ ସମ୍ପାଦକ, କୋଷାଧ୍ୟକ୍ଷ, ମିଡ଼ିଆ ସଦସ୍ୟଙ୍କୁ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୦ ତାରିଖରେ ରାଜ୍ୟର ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନେଇ ରାଜ୍ୟର ରାଜନୈତିକ ମାହୋଲ ଚଳଚଞ୍ଚଳ ରହିଛି । ତେଣୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜର ନିଜର ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛନ୍ତି । ଏଥିସହିତ ଉପନିର୍ବାଚନ ପାଇଁ ନିର୍ବାଚନୀ ରଣାଙ୍ଗନରେ ନିଜ ନିଜର ସ୍ପେଶାଲ ଟିମକୁ ଉତାରିଛନ୍ତି ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡିରୁ ଦିପାଳୀ ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ୍ଡ ପାଣ୍ଡେ ପ୍ରାର୍ଥୀ ହୋଇଛନ୍ତି । ଏହା ପୂର୍ବରୁ ତିନି ଦଳ ନିଜ ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଥିଲେ । ଏଥିସହିତ ବିଜେଡି ତା’ର ପର୍ଯ୍ୟବେକ୍ଷକଙ୍କ ତାଲିକା ଘୋଷଣା କରିଥିବା ବେଳେ ବିଜେପି ନିର୍ବାଚନ ପ୍ରଚାର ଓ ପରିଚାଳନା ପାଇଁ ଦୁଇଟି ଟିମ୍ ଗଠନ କରିଥିଲା ।

ତେବେ କଂଗ୍ରେସ ଏହି ରେସରେ ପଛରେ ପଡ଼ିନାହିଁ । ଆଜି କଂଗ୍ରେସ ପକ୍ଷରୁ ୫ ଜଣଙ୍କୁ ବରିଷ୍ଠ ଉପସଭାପତି, ୧୨ ଜଣଙ୍କୁ ଉପସଭାପତି, ଜଣଙ୍କୁ କୋଷାଧ୍ୟକ୍ଷ, ୩୯ଙ୍କୁ ଜଣ ସାଧାରଣ ସମ୍ପାଦକ, ୬୧ ଜଣଙ୍କୁ ସମ୍ପାଦକ, ୬୭ ଜଣଙ୍କୁ କାର୍ଯ୍ୟନିର୍ବାହୀ କମିଟି, ୨୭ ଜଣଙ୍କୁ ମିଡ଼ିଆ ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଛି । ରାଜ୍ୟ ପ୍ରଦେଶ କଂଗ୍ରେସ (ପିସିସି)ର ଏହି ନୂଆ ଟିମରେ ମୋଟ ୨୧୨ ଜଣ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ପିସିସିର ଏହି ଟିମକୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ମଞ୍ଜୁରୀ ମିଳିଥିବା ବେଳେ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

Get real time updates directly on you device, subscribe now.