fbpx

ପୁର୍ନଗଠିତ ହେଲା ଓଡ଼ିଶା ପିସିସି; ସଭାପତି ପଦ ବଜାୟ ରଖିଲେ ନିରଞ୍ଜନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବୁଧବାର ଦିନ ଓଡ଼ିଶା କଂଗ୍ରେସ ପକ୍ଷରୁ ଏହାର କୋର କମିଟିକୁ ସଂପ୍ରସାରିତ କରାଯାଇଛି । କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ପିସିସି ସଭାପତି ପଦ ବଜାୟ ରଖିଛନ୍ତି । ଓଡ଼ିଶା ପ୍ରଭାରୀ ରହିଥିବା କେ ସି ଭେନୁଗୋପାଳ ନିରଞ୍ଜନଙ୍କ ବ୍ୟତିତ ୧୨ ଜଣ ଉପସଭାପତି ଏବଂ ୨୦ ଜଣ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତ ଦେଇଛନ୍ତି । ଏହା ବ୍ୟତିତ ୪୬ ଜଣ ସମ୍ପାଦକ ଏବଂ ଜଣେ କୋଷାଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି ।
ଉପ -ସଭାପତି ଭାବେ ଦଳ ଗଣେଶ୍ବର ବେହେରା, ସନ୍ତୋଷ ସିଂହ ସାଲୁଜା, ସରସ୍ବତୀ ହେମ୍ରମ, ଶିବାନନ୍ଦ ରାୟ, ସୁରେଶ ମହାପାତ୍ର, ଭୂଜବଳ ମାଝି, ଯଜ୍ଞେଶ୍ବର ବାବୁ, ନକୁଲ ନାୟକ, ଦେବାଶିଷ ପଟ୍ଟନାୟକ, ସୁଦାମ ନାୟକ, ରତ୍ନମଣି ଉଲାକା, ସସ୍ମିତ ବେହେରାଙ୍କୁ ନିଯୁକ୍ତି ଦେଇଛି ଦଳ । ସେହିଭଳି ସାଧାରଣ ସମ୍ପାଦକ ଭାବେ ସତ୍ୟ ପ୍ରକାଶ ନାୟକ, କିଶୋର ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ସଂଗ୍ରାମ ମିଶ୍ର, ରାଜ କିଶୋର ଷଡ଼ଙ୍ଗୀ, ଅରନ୍ଦିମ ସର୍ଖେଲ, ରଜତ ଚୌଧୁରୀ, ଲଲାଟେନ୍ଦ ମହାପାତ୍ର, ବିଶ୍ବ ଭୂଷଣ ଦାସ, ବିସ୍ମୟ ମହାପାତ୍ର, ସମରେନ୍ଦ୍ର ମିଶ୍ର, ନାରାୟଣ ଜେନା, ମମତା ମାଢ଼ୀ, ଚିନ୍ମୟ ସୁନ୍ଦର ଦାସ, ରବି ରାୟ, ଆଲୋକ ମିଶ୍ର, ଅର୍ସ ଅଲ୍ଲୀ, ସତ୍ୟଶିବ ଦାସ, ଅଶୋକ କୁମାର ଦାସଙ୍କୁ ନିଯୁକ୍ତି ମିଳିଛି ।

Get real time updates directly on you device, subscribe now.