fbpx

ବିପଦସଂକୁଳ ସ୍ଥାନରେ ରିଲ୍ସ୍ କରୁଛନ୍ତି କି ? ଭୁଲି ଯାଆନ୍ତୁ ଶସ୍ତା ଲୋକପ୍ରିୟତା, କଡ଼ା କାର୍ଯ୍ୟାନୁଷ୍ଠାନ ନେଇପାରେ ଓଡ଼ିଶା ପୋଲିସ

ଭୁବନେଶ୍ୱର: ଆଜିକାଲି ଯୁବପିଢ଼ିମାନଙ୍କୁ ସୋସିଆଲ ମିଡ଼ିଆ ପୋଷ୍ଟରେ ଲାଇକ, କମେଣ୍ଟ ନିଶା ଏତେ ଘାରିଛି ଯେ ସେମାନେ ଏଥିପାଇଁ କିଛ ବି କରିବାକୁ ପଛାଉ ନାହାନ୍ତି। ବାଇକରେ ଷ୍ଟଣ୍ଟ କରିବା ହେଉ, କିମ୍ବା ଟ୍ରେନରେ ଯାତ୍ରା କରିବା ସମୟରେ ହେଉ। ଯୁବଗୋଷ୍ଠୀମାନେ ଜୀବନକୁ ବିପଦରେ ପକାଇ ବିପଦପୂର୍ଣ୍ଣ ସ୍ଥାନରେ ରିଲ୍ସ କରୁଛନ୍ତି। ତେବେ ଏଭଳି କାର୍ଯ୍ୟରୁ ନିବୃତ ରହିବାକୁ ପରାମର୍ଶ ଦେଇଛି ଓଡ଼ିଶା ପୋଲିସ।

ଆଜି ଓଡ଼ିଶା ପୋଲିସ ଟୁଇଟ କରି କହିଛି ଯେ, ‘ସୋସିଆଲ ମିଡ଼ିଆରେ ଫେମସ ହେବା ଆଶାରେ କିଛି ଯୁବଗୋଷ୍ଠୀ ବିପଦସଂକୁଳ ସ୍ଥାନରେ ରିଲ୍ସ୍ ପ୍ରସ୍ତୁତ କରିବା ଭଳି ଘଟଣା ନଜରକୁ ଆସୁଛି। ଏହାଦ୍ୱାରା ଦୁର୍ଘଟଣା ଘଟିବା ସହିତ ପ୍ରାଣହାନିର ମଧ୍ୟ ସମ୍ଭାବନା ରହିଛି। ଦାୟିତ୍ୱପୂର୍ଣ୍ଣ ନାଗରିକ ଭାବେ ଏଭଳି ଶସ୍ତା ଲୋକପ୍ରିୟତା ପଛରେ ନପଡି, ଏଭଳି ବିପଜ୍ଜନକ କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ।’

ଓଡିଶା ପୋଲିସର ଟ୍ୱିଟ ପରେ ଏହା ଉପରେ ପ୍ରତିକ୍ରିୟା ଦେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସତର୍କ କରାଇ ଦେଇଛନ୍ତି। ରିଲ୍ସ୍ ନାଁରେ ଆଇନ ଉଲଂଘନ କଲେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବୋଲି ସେ କହିଛନ୍ତି।

Get real time updates directly on you device, subscribe now.