fbpx

କରୋନାରେ ଅଣନିଃଶ୍ୱାସୀ ହେଉଛି ଭାରତ, ସଞ୍ଜୀବନୀ ଯୋଗାଉଛି ଓଡିଶା

ଭୁବନେଶ୍ୱର,୨୪ ।୪(ଓଡିଶା ଭାସ୍କର): କରୋନା ମହାମାରୀ ପୁଣି ଥରେ ହୁ ହୁ ହୋଇ ମାଡିବାରେ ଲାଗିଛି । ଏହାର ମୁକାବିଲା ପାଇଁ ଅକ୍ସିଜେନ ଓ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ନିଃଶ୍ୱାସ ନେବାରେ କଷ୍ଟ ହେଉଥିବା ଗୁରୁତର ରୋଗୀଙ୍କୁ କେବଳ ଅକ୍ସିଜେନ ସାହାଯ୍ୟରେ ବଞ୍ଚାଯାଇପାରୁଛି । କିନ୍ତୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ଅକ୍ସିଜେନ୍ କମ୍ ପଡୁଛି । ଦେଶର ଏଭଳି ପରିସ୍ଥିତିରେ ଅକ୍ସିଜେନ ଅଭାବ ରାଜ୍ୟକୁ ସହାୟତର ହାତ ବଢାଇଛି ଓଡିଶା । ଆଜି ୨୫୦ ମେଟ୍ରିକ ଟନରୁ ଅଧିକ ଅକ୍ସିଜେନ ଯୋଗାଇଛି ଓଡିଶା । ଏହାରି ମଧ୍ୟରେ ୬ଟି ରାଜ୍ୟକୁ ଅକ୍ସିଜେନ୍ ଯୋଗାଇ ଅନେକ ମୂଲ୍ୟବାନ୍ ଜୀବନ ବଞ୍ଚାଇଛି ଓଡିଶା ।

Get real time updates directly on you device, subscribe now.