Breaking: ଓଡ଼ିଶାରୁ ବିଦେଶକୁ ବଢ଼ିବ ମଦର ରପ୍ତାନୀ, ମାଣ୍ଡିଆରୁ ତିଆରି ହେବ ମଦ

ଓଡିଶାରେ ତିଆରି ହେବ ଅଧିକ ପରିମାଣରେ ମଦ। ଯାହା ଉପରେ କମ୍ପାନୀକୁ ସବସିଡି ଦେବେ ରାଜ୍ୟ ସରକାର। ଏନେଇ ଅବକାରୀ ମନ୍ତ୍ରୀଙ୍କ ବୈଠକରେ ଆଲୋଚନା ହୋଇଛି।

ଭୁବନେଶ୍ୱର: ଓଡ଼ିଶାରୁ ବିଦେଶକୁ ବଢ଼ିବ ମଦର ରପ୍ତାନୀ। ଓଡିଶାରେ ତିଆରି ହେବ ଅଧିକ ପରିମାଣରେ ମଦ। ଯାହା ଉପରେ କମ୍ପାନୀକୁ ସବସିଡି ଦେବେ ରାଜ୍ୟ ସରକାର। ତାଛଡ଼ା ଅପମିଶ୍ରିତ ମଦ ବନ୍ଦ କରିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ବୈଠକରେ ମଧ୍ୟ ଆଲୋଚନା ହୋଇଛି।

ତେଣୁ ଉନ୍ନତମାନର ମଦ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ମାଣ୍ଡିଆରୁ ମଦ ତିଆରି ହେବ। ଯାହାକି ଓଡ଼ିଶାରେ ତିଆରି ହେବ ବୋଲି ଅବକାରୀ ମନ୍ତ୍ରୀଙ୍କ ବୈଠକରେ ଆଲୋଚନା ହୋଇଛି। ଏନେଇ ସୂଚନା ଦେଇଛନ୍ତି ଅବକାରୀ କମିଶନର ନରସିଂହ ଭୋଳ।

ଏହାଛଡ଼ା ଆଗ୍ରହୀ ମଦ ତିଆରି କମ୍ପୀନୀକୁ ସବସିଡି ଦେବେ ରାଜ୍ୟ ସରକାର। ୨୦୨୪-୨୫ ଅବକାରୀ ପିଲିସିକୁ ନେଇ ଅବକାରୀ ମନ୍ତ୍ରୀଙ୍କ ବୈଠକ ହୋଇଛି। ବୈଠକରେ ଏନେଇ ଯୋଜନା ପ୍ରସ୍ତୁତ ହୋଇଛି।

ଖୁବଶୀଘ୍ର ଏନେଇ ଶିଳ୍ପ ବିଭାଗ ସହ ଆଲୋଚନା ହେବ। ମହୁଲିକୁ ବିଶ୍ୱସ୍ତରୀୟ କରିବା ପାଇଁ ମଧ୍ୟ ଯୋଜନା ହୋଇଛି। ଓଡ଼ିଶାରୁ ବିଦେଶକୁ ମଦର ରପ୍ତାନୀ ବଢ଼ିବ। ଭଲ ବ୍ରାଣ୍ଡର ବିଦେଶୀ ମଦ କାରଖାନା ପ୍ରତିଷ୍ଠା ଉପରେ ଚର୍ଚ୍ଚା ହୋଇଛି। ଏନେଇ ସୂଚନା ଦେଇଛନ୍ତି ଅବକାରୀ କମିଶନର।