fbpx
BJD SKY
BJD SKY

ଓଡ଼ିଶା ଟ୍ରେନ୍ ଟ୍ରାଜେଡି : ବାପା-ମାଙ୍କୁ ଟିଭି ପରଦାରେ ଦେଖି ଚିହ୍ନିଲା ଆହତ ପୁଅ

BJD

କଟକ: ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ଅନେକ ଲୋକ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି। ଏଥି ସହିତ ଅନେକ ଲୋକ ନିଖୋଜ ଅଛନ୍ତି। ନିଖୋଜ ଲୋକଙ୍କ ସମ୍ପର୍କୀୟମାନେ ଖୋଜାଖୋଜି ଥକି ପଡିଲେଣି । କିଏ ଆହତ ଓ ମୃତକ ଅବସ୍ଥାରେ ନିଜ ସମ୍ପର୍କକୁ ଖୋଜି ପାଉଛି ତ ଅନ୍ୟ କେହି ଏ ମେଡିକାଲରୁ ସେ ମେଡିକାଲ ହୋଇ ଘୁରି ବୁଲୁଛି । ତାହାରି ବତିଗଲାଣି ୬ ଦିନ । ଏକ ନେପ।ଳୀ ଦମ୍ପତ୍ତି ନିଜ ପୁଅକୁ ଖୋଜିବା ପାଇଁ ଓଡିଶାରେ ଆସି ପହଞ୍ଚିଛନ୍ତି ।

ଓଡିଶାର ବିଭିନ୍ନ ହସ୍ପିଟାଲରେ ବୁଲି ଖୋଜୁଥିବା ବେଳେ ଏକ ମିଡିଆ ଚ୍ୟାନେଲରେ ତାଙ୍କର ବାଇଟ୍ ପ୍ରସାରିତ ହୋଇଥିଲା । ଅନ୍ୟ ପଟରେ ମା-ବାପାଙ୍କୁ ଟିଭିରେ ଦେଖି ଚିହ୍ନି ପାରିଥିଲେ ପୁଅ । ଯେଉଁ ହସ୍ପିଟାଲରେ ପୁଅ ଚିକିତ୍ସିତ ହେଉଥିଲେ ସେଠାରେ ଏକ ଟିଭି ଚାଲିଥିଲା, ସେହି ଟିଭିରେ ସେ ତାଙ୍କ ମା-ବାପାଙ୍କୁ ଚିହ୍ନି ପରି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଲେ । ସେ ତୁରନ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ବାପା-ମାଙ୍କୁ ତାଙ୍କ ବିଷୟରେ ସୂଚନା ଦେବାକୁ କହିଥିଲେ ।

ନେପାଳୀ ଦମ୍ପତ୍ତି କହିଛନ୍ତି ଯେ , ଜୁନ୍ ୨ରେ ଘଟିଥିବା ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ତାଙ୍କର ୧୫ ବର୍ଷୀୟ ପୁଅ ନିଖୋଜ ଥିଲେ । କିଛି ସମ୍ପର୍କୀୟଙ୍କ ସହ ଯାତ୍ରା କରିଥିଲେ । ସେମାନେ ସସସ୍ତେ ପ୍ରାଣ ହରାଇଥିବା ବେଳେ ମୋ ପୁଅ ଜୀବନ ବଞ୍ଚିଯାଇଛି ବୋଲି କହିଛନ୍ତି ତାଙ୍କ ବାପା ।

Get real time updates directly on you device, subscribe now.