fbpx

ଓଡିଶା ଟ୍ରେନ୍ ଟ୍ରାଜେଡି ; କେଉଁ ରାଜ୍ୟ କେତେ ଦେଇଛି ଅନୁକମ୍ପା ରାଶି

ଭୁବନେଶ୍ୱର : ଜୁନ୍ ୨ର ସେହି କାଳ ରାତ୍ରି ଶହ ଶହ ଲୋକଙ୍କ ଜୀବନ ନେଇଗଲା । ଚାହୁଁ ଚାହୁଁ କେତେ ପରିବାର ଛାରଖାର ହୋଇଗଲା । କିଏ କେତେ ନିଜ ସାତ୍ମୀୟସ୍ୱଜନଙ୍କୁ ହରାଇଲେ । ଯଦିଓ କେହି ବି ଏହି କ୍ଷତି ପୂରଣ କରିପାରିବେ ନାହିଁ, ତଥାପି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ଷତିପୂରଣ ବାବଦକୁ ଅନୁକମ୍ପା ରାଶି ଘୋଷଣା କରାଯାଇଛି ।

ଦୁର୍ଘଟଣାର ମାତ୍ରା କିଛି ଘଣ୍ଟା ପରେ ରେଳ ବିଭାଗ ପକ୍ଷରୁ କ୍ଷତିପୂରଣ ରାଶି ଘୋଷଣା କରିଥିଲେ । ମୃତକଙ୍କ ପରିବାର ୧୦ ଲକ୍ଷ ଏବଂ ଗୁରୁତର ଆହତଙ୍କୁ ୨ ଲକ୍ଷ ଏବଂ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ରଶି ଘୋଷଣା କରାଯାଇଥିଲା । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜସ୍ୱ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଥିଲେ ।

ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ଆଜି ଆନ୍ଧ୍ରପ୍ରଦେଶ ସରକାର ସହାୟତା ରାଶି ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି । ଗୁରୁତର ଆହତଙ୍କୁ ୫ ଲକ୍ଷ ଏବଂ ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ।

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେହିପରି ଆହତଙ୍କୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଠରୁ ଯୋଗାଇ ଦିଆଯିବ ବୋଲ ଘୋଷଣା କରାଯାଇଛି ।

ସେହିପରି ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସହୟତା ରାଶି ଘୋଷଣା କରିଥିଲେ । ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ଏକ ଲକ୍ଷ ଟଙ୍କା ସହାୟତ ରାଶି ପ୍ରଦାନ କରାଯିବ ।

 

Get real time updates directly on you device, subscribe now.