fbpx

Video: ସ୍ୱାମୀକୁ ଖୋଜୁଛି ସ୍ତ୍ରୀ, ସମସ୍ତ ଶବକୁ ଗୋଟି ଗୋଟି କରି ଦେଖି ସାରିଲେଣି; ହେଲେ ସ୍ୱାମୀକୁ ଚିହ୍ନି ପାରୁନି ସ୍ତ୍ରୀ

ବାଲେଶ୍ୱର: ସ୍ୱାମୀକୁ ସକାଳୁ ଖୋଜୁଛି ସ୍ତ୍ରୀ, ସମସ୍ତ ଶବକୁ ଗୋଟି ଗୋଟି କରି, ସବୁ ଦେଖି ସାରିଲେଣି, ହେଲେ ସ୍ୱାମୀକୁ ଚିହ୍ନି ପାରୁନି ସ୍ତ୍ରୀ। ସ୍ୱାମୀର ଶବକୁ ସକାଳୁ ଖୋଜୁଛି ସ୍ତ୍ରୀ। ଆଉ ଖୋଜି ପାରୁନି ଏବେ ସ୍ୱାମୀକୁ ଖୋଜି ଖୋଜି, ଥକି ଯାଇଛି ସ୍ତ୍ରୀ। ଛାତି ଫଟାଇ ଚିତ୍କାର କରୁଛି, ଆଉ କହୁଛି, କିଏ ମୋ ସ୍ୱାମୀର ଶବକୁ ଖୋଜି ଦିଅରେ। ହେଲେ ଏ ସ୍ତ୍ରୀର ଛାତି ଫଟା ଚିତ୍କାରକୁ, କିଏବା ଶୁଣିବ। କାରଣ ନିଜ ନିଜ ସମ୍ପର୍କୀୟ ଶବକୁ, ଖୋଜି ଚାଲିଛନ୍ତି ଲୋକେ।

ଏବେ ସ୍ତ୍ରୀ, ହାତରେ ପାଣି ବୋତଲ ରହିଛି, କାରଣ ସ୍ୱାମୀର ଶବକୁ, ଖୋଜିବା ବେଳେ, ଯେତେବେଳେ ତଣ୍ଟି ଶୁଖିଯାଉଛି, ସେତେବେଳେ ପାଣି ଢୋକେ ପିଇ ଦେଉଛି ସ୍ତ୍ରୀ। ଏ କୁଢ଼ କୁଢ଼ ଶବ ଭିତରେ, କୋଉଠି ଗୋଟେ ରହିଯାଇଛି ସ୍ୱାମୀ। ସ୍ୱାମୀ ଯାଇଥିଲେ କଲିକତା, ଆଉ ସ୍ତ୍ରୀକୁ କଥା ଦେଇଥିଲେ ଶୀଘ୍ର ଫେରି ଆସିବି, ଦୁର୍ଘଟଣାର ୧୦ମିନିଟ ପୂର୍ବରୁ, ସ୍ତ୍ରୀ ସହ ସ୍ୱାମୀ ଫୋନରେ କଥା ହୋଇଥିଲେ। ଆଉ ତାପରେ ଟିଭି ଦେଖିଲା ବେଳକୁ, ସବୁ କିଛି ସରିଯାଇଥିଲା। ସ୍ୱାମୀ ଟ୍ରେନର ଲୁହା ତଳେ ଚାପି ହୋଇ ଯାଇଥିଲେ, ସ୍ତ୍ରୀ ସ୍ୱାମୀକୁ ଅନେକ ଥର ଫୋନ କରିଥିଲେ, ହେଲେ ଫୋନ ରିଂ ହୋଇ, ସୁଇଚ ଅଫ ହୋଇଗଲା, କିନ୍ତୁ ସ୍ୱାମୀ ଫୋନ ଉଠାଇନଥିଲେ, କାରଣ ସେ ଅଫେରା ରାଇଜକୁ, ସେତେବେଳେ ଚାଲିଯାଇଥିଲେ । ଏବେ ସ୍ୱାମୀର ଶବକୁ ଖୋଜୁଛି ସ୍ତ୍ରୀ । କେତେବେଳେ ସ୍ୱାମୀର ଶବକୁ ପାଇବ ତାହା ଜଣାନାହିଁ, କିନ୍ତୁ ସ୍ୱାମୀକୁ ଖୋଜିଚାଲିଛି ସ୍ତ୍ରୀ ।

Get real time updates directly on you device, subscribe now.