fbpx

ଓଡ଼ିଶା ହେବ ବାଲ୍ୟ ବିବାହ ମୁକ୍ତ, ରାଜ୍ୟ ସରକାର ପ୍ରସ୍ତୁତ କଲେ ମାର୍ଗଦର୍ଶିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହେବ ବାଲ୍ୟ ବିବାହ ମୁକ୍ତ । ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ମ୍ୟୁନିସିପାଲିଟି ଅଞ୍ଚଳରେ ଏହାକୁ ଖୁବଶୀଘ୍ର ଲାଗୁ କରାଯିବ । ଗ୍ରାମାଞ୍ଚଳ ପରେ ଏବେ ସହରାଞ୍ଚଳ ବାଲ୍ୟ ବିବାହ ମୁକ୍ତ ହେବ । ସହରାଞ୍ଚଳର ବିଭିନ୍ନ ୱାର୍ଡ ଓ ଗାଁକୁ ଏଥିରେ ସାମିଲ କରାଯିବ । ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ରଣନୀତି ଆପଣାଇଛନ୍ତି ।

ଆସନ୍ତା ୨୦୩୦ ସୁଦ୍ଧା ଓଡ଼ିଶାକୁ ବାଲ୍ୟ ବିବାହ ମୁକ୍ତ କରାଯିବା ନେଇ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏନେଇ ସରକାର ରଣନୀତି ପ୍ରସ୍ତୁତ କରିସାରିଥିବା ବେଳେ ସମସ୍ତ ମ୍ୟୁନିସିପାଲିଟି ଅନ୍ତର୍ଗତ ବିଭିନ୍ନ ୱାର୍ଡ ଓ ଗାଁକୁ ଏଥିରେ ସାମିଲ କରାଯିବ । ତେବେ ଏଥିପାଇଁ ସମ୍ପୃକ୍ତ ୱାର୍ଡ ବା ଗାଁରେ ଗତ ୨ ବର୍ଷ ହେଲା ବାଲ୍ୟ ବିବାହ ହୋଇ ନଥିବା ଆବଶ୍ୟକ । ୱାର୍ଡ ବା ଗାଁ ସ୍ତରରେ ବାଲ୍ୟ ବିବାହ କମିଟି ଗଠନ କରାଯାଇ ନିୟମିତ ଭାବେ ବୈଠକ ବସୁଥିବା ଦରକାର ।

ରାଜ୍ୟକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଏକ ଗାଇଡଲାଇନ୍ ପ୍ରସ୍ତତ କରିଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଶିଶୁ ସୁରକ୍ଷା କମିଟି ସଦସ୍ୟଙ୍କ ଦ୍ୱାରା ଉକ୍ତ ଗାଁ ଓ ୱାର୍ଡରେ ବାଲ୍ୟ ବିବାହ ସମ୍ପର୍କିତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ହେଉଥିବା ଆବଶ୍ୟକ । ଜିଲ୍ଲା ସ୍ତରରେ ବିଭାଗ ଦ୍ୱାରା କରାଯାଇଥିବା ଏହି ଗାଇଡଲାଇନକୁ ପରିବର୍ତ୍ତନ କରାଯାଇ ପାରିବ । ସେଥିପାଇଁ ମୌଳିକ ନୀତିକୁ ଅପରିବର୍ତ୍ତିତ ରଖାଯିବ ।

Get real time updates directly on you device, subscribe now.