fbpx

୨୦୨୩ ସୁଦ୍ଧା ବସ୍ତିମୁକ୍ତ ହେବ ଓଡ଼ିଶା: ପ୍ରତାପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୩ ସୁଦ୍ଧା ଓଡ଼ିଶା ବସ୍ତି ମୁକ୍ତ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୨୯୯୨ ବସ୍ତିରେ ପ୍ରାୟ ୭୦ ହଜାର ଲୋକଙ୍କୁ ଦିଆଯିବ ସରକାରୀ ପଟ୍ଟା । ଅନ୍ୟ ଜନ ବସତି ଅଞ୍ଚଳ ସହ ବସ୍ତି ଅଞ୍ଚଳରେ ବି ସାମଗ୍ରିକ ବିକାଶ କରାଯିବ । ରାଜ୍ୟରେ ଆଉ ରହିବ ନାହିଁ ବସ୍ତି । ବସ୍ତି ବାସିନ୍ଦାଙ୍କ ନିକଟରେ ସରକାର ସମସ୍ତ ବ୍ୟବସ୍ଥା ପହଞ୍ଚାଇବେ ବୋଲି ପ୍ରତାପ ଜେନା କହିଛନ୍ତି ।

 

ଏହା ସହ ବିଜୁଳି, ସଡ଼କ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ପରିମଳ ଉପରେ ଗୁରୁତ୍ୱ ଦିଆଯିବ । ରାଜ୍ୟର ସମସ୍ତ ପୌରାଞ୍ଚଳକୁ ମିଳୁଥିବା ବ୍ୟୟ ବରାଦର ୨୫ ପ୍ରତିଶତ ବସ୍ତି ଅଞ୍ଚଳରେ ଖର୍ଚ୍ଚ କରାଯିବ ବୋଲି ପ୍ରତାପ ଜେନା କହିଛନ୍ତି ।

Get real time updates directly on you device, subscribe now.