fbpx

ବିଶ୍ୱରେ ସଙ୍କଟ ପରିସ୍ଥିତି କାରଣରୁ ଭାରତରେ ତୈଳ ଓ ଗ୍ୟାସ ଦର ବଢ଼ିବ: ଅର୍ଥମନ୍ତ୍ରୀଙ୍କ ବୟାନ ପରେ ଜନତାଙ୍କ ମୁଣ୍ଡରେ ପଡ଼ିଲା ଚଡ଼କ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମଏଫ)ର ବୈଠକ ବର୍ତ୍ତମାନ ୱାଶିଂଟନ ଡି.ସିରେ ଜାରି ରହିଛି । ଏହି ଅବସରରେ ଆଇଏମଏଫ ମୁଖ୍ୟ କ୍ରିଷ୍ଟଲିନା ଜିୟୋର୍ଜିୟା ଭାରତକୁ ଖୁବ୍ ପ୍ରଶଂସା କରିଛନ୍ତି । ଅନ୍ଧାରରେ ଭାରତ ସୌର ରଶ୍ମୀ ସୁଦୃଶ ବୋଲି କ୍ରିଷ୍ଟଲିନା ଅଭିହିତ କରିଛନ୍ତି । ଅକ୍ଟୋବର ୧୦ରୁ ୧୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ନିଜର ମତାମତ ଦେଇଥିଲେ ।

ନିର୍ମଳା କହିଥିଲେ, ଭୂ-ରାଜନୈତିକ ଅନିଶ୍ଚିତତା ସଙ୍କଟ କାରଣରୁ ଭାରତରେ ଚାପଜନିତ ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଆଗାମୀ ଶୀତ ସିଜିନରେ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ ଉପରେ ଏହାର ପ୍ରଭାବ ପଡ଼ିବ । ତୈଳ ଓ ଗ୍ୟାସର ଦାମ ବୃଦ୍ଧି ନିଶ୍ଚିତ ଭାବେ ଚିନ୍ତାଜନକ ବୋଲି ଅର୍ଥମନ୍ତ୍ରୀ କହିଥିଲେ । ତେବେ ଅର୍ଥମନ୍ତ୍ରୀଙ୍କ ଏହି ବୟାନ ପରେ ଏବେ ସାଧାରଣ ଜନତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି ।

ଲକଡାଉନ ସମୟରେ କେନ୍ଦ୍ର ସରକାର ୮୦୦ ମିଲିୟନରୁ ଅଧିକ ଦୁର୍ବଳ ପରିବାରଙ୍କୁ ମାଗଣା ରାସନ ସାମଗ୍ରୀ ସହାୟତା ପ୍ରଦାନ କରିଥିଲେ । ଆଜି ଭାରତ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ଦେଶ ପାଲଟିଛି । ଆଗାମୀ ଦିନରେ ଗ୍ଲୋବାଲ ମାର୍କେଟରେ ସଙ୍କଟଜନକ ପରିସ୍ଥିତି ଦେଖିବାକୁ ପଡ଼ିପାରେ । ୟୁରୋପରେ ସୃଷ୍ଟି ହୋଇଥିବା ଭୂ-ରାଜନୈତିକ ସଙ୍କଟ କାରଣରୁ ଥଣ୍ଡା ସିଜିନରେ ଅଶୋଧିତ ତୈଳ ଓ ପ୍ରାକୃତ ଗ୍ୟାସର ଯୋଗାଣରେ ସମସ୍ୟା ହୋଇପାରେ । ମହଙ୍ଗା ମାଡ଼କୁ ନିୟନ୍ତ୍ରଣ କରିବା ବିକଶିତ ଦେଶମାନଙ୍କ ପକ୍ଷେ ମୁଖ୍ୟ ଚ୍ୟାଲେଞ୍ଜ ହେବ ବୋଲି ନିର୍ମଳା କହିଥିଲେ ।

Get real time updates directly on you device, subscribe now.