fbpx

ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ିଲା OJEE ଆବେଦନର ଅବଧି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁନ ମାସରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ । ରାଜ୍ୟର ସରକାରୀ, ଘରୋଇ ଓ ୟୁନିଭରସିଟିଗୁଡ଼ିକରେ ବୈଷୟିକ ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଆଡମିଶନ କରିପାରିବେ । ଜୁନ ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଏହି ପରୀକ୍ଷା କମ୍ପ୍ୟୁଟର ବେସଟ ଟେଷ୍ଟ (ସିବିଟି) ମୋଡ଼ରେ କରାଯିବ ।

ତେବେ ଓଜେଇଇ ପାଇଁ ବର୍ତ୍ତମାନ ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହି ଅବଧିକୁ ବୃଦ୍ଧି କରାଯାଇଛି । ଅନେକ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରି ନଥିବାରୁ ଏହାର ଅବଧିକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଇଚ୍ଛୁକ ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟ୍ www.ojee.nic.in ମାଧ୍ୟମରେ ଆବେଦନ କରିପାରିବେ ।

ଇଜେଇଇରେ ନାମଲେଖା ପାଇଁ ଆବେଦନ କରିବା ପୂର୍ବରୁ ସମସ୍ତ ତଥ୍ୟକୁ ଭଲଭାବେ ପଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ଶିକ୍ଷାଗତ ଯୋଗ୍ୟତା, ପରୀକ୍ଷା ସିଲାବସ୍, ସଂରକ୍ଷଣ ନିୟମ ଆଦି ସମ୍ପର୍କରେ ପିଲାମାନେ ୱେବସାଇଟରୁ ସମସ୍ତ ବିବରଣୀ ପାଇପାରିବେ ।

Get real time updates directly on you device, subscribe now.