fbpx
BSKY SKY
BSKY SKY

ବ୍ଲାକ୍‌ ସି’ରେ ବଡ ଧରଣ ବିସ୍ଫୋରଣ, ଧ୍ୱଂସ ହୋଇଗଲା ରୁଷ୍‌ର ଯୁଦ୍ଧପୋତ, ସୁରକ୍ଷିତ ଉଦ୍ଧାର ହେଲେ କର୍ମଚାରୀ

BSKY

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ୫୦ ଦିନ ପାରକରିସାରିଛି । ଏହାରି ମଧ୍ୟରେ ଅନେକ ଘନଘଟ୍ଟାର ସାମ୍ନା କରିସାରିଲେଣି ଦୁଇ ଦେଶ । ତେବେ ବ୍ଲାକ୍‌ ସି ମଧ୍ୟରେ ବଡ଼ ଧରଣର ବିସ୍ଫୋରଣ ଘଟିବାରୁ ଋଷର ଏକ ବିଶାଳ ମିଶାଇଲ କ୍ରୁଜ୍‌ ଧ୍ୱଂସ ହୋଇଯାଇଛି । ଯାହା ରୁଷକୁ ବଡ଼ ଝଟକା ଦେଇଛି । ଏଥିରେ ଥିବା ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର କହିବା ଅନୁଯାୟୀ, ସମୁଦ୍ର ମଧ୍ୟରେ ବିସ୍ଫୋରଣ ଯୋଗୁଁ ମିସାଇଲ କ୍ରୁଜ୍‌ ‘ମୋସକଭା’ର ବିପୁଳ କ୍ଷତି ହୋଇଛି । ପ୍ରଥମେ ଜାହାଜରେ ନିଆଁ ଲାଗିଯାଇଥିଲା । ଏହାପରେ ବିସ୍ଫୋରଣ ହୋଇଥିଲା । କିନ୍ତୁ ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡିନାହିଁ । ଏହି ମିସାଇଲ କ୍ରୁଜର ଜ୍ଞାନକୌଶଳ ରୁଷ ପ୍ରଥମେ ୧୯୭୯ରେ ଲଞ୍ଚ କରାଯାଇଥିଲା । ଏଥିରେ ୧୬ଟି ଆଣ୍ଟି ସି୍‌ ମିସାଇଲ ସହ ଏୟାର ଡିଫେନ୍ସ ମିସାଇଲ , ଟରପୀଡୋଜ୍‌ ଓ ଅନ୍ୟ ମାରଣାସ୍ତ୍ର ସଂଲଗ୍ନ କରାଯାଇଛି । ଋଷର ଏହି ଯୁଦ୍ଧ ପୋତ ବ୍ଲାକ୍‌ ସି ଫ୍ଲିଟରେ ସାମିଲ ହୋଇଛି । ଗତ ଫେବୃଆରୀ ମାସରୁ ଏହି ଯୁଦ୍ଧପୋତକୁ ୟୁକ୍ରେନ ବିରୋଧରେ ମୁତୟନ କରାଯାଇଛି ।

Get real time updates directly on you device, subscribe now.