OJEE: 12 ତାରିଖ ଯାଏଁ 3 ଟି ସିଫ୍ଟରେ ହେବ ପରୀକ୍ଷା, ଏହି ତାରିଖରୁ ଆରମ୍ଭ ହେବ

ସିବିଟି ମୋଡରେ ହେବ ଓଜେଇଇ ପରୀକ୍ଷା ।

ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) 2025 ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଆସନ୍ତା ମେ 2 ତାରିଖରୁ  ପରୀକ୍ଷା ହେବ ।

2 ତାରିଖରୁ 12 ତାରିଖ ଯାଏଁ 3ଟି ସିଫ୍ଟରେ ପରୀକ୍ଷା ହେବ । ତେବେ ପରୀକ୍ଷା ସିବିଟି ମୋଡରେ ହେବ । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଛାତ୍ରଛାତ୍ରୀମାନେ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ବୋଲି କୁହାଯାଇଛି । କାର୍ଯ୍ୟସୂଚୀ ଅନୁସାରେ, ପ୍ରଥମ ସିଫ୍ଚ ସକାଳ ସାଢେ 8ଟାରୁ ସାଢେ 10 ଟା ଯାଏଁ ହେବ ।

ସେହିପରି ଦ୍ବିତୀୟ ସିଫ୍ଟ  ମଧ୍ୟାହ୍ନ ସାଢେ 12ଟାରୁ ଅପରାହ୍ନ 2ଟା, ଏବଂ ତୃତୀୟ ସିଫ୍ଟ 4ଟାରୁ ସାଢେ 6ଟା ଯାଏଁ ହେବ ।

ମେ 2 ତାରିଖରେ 3ଟି ଯାକ ସିଫ୍ଟରେ ବିଫାର୍ମା ପରୀକ୍ଷା ହେବ । ସେହିପରି 3 ତାରିଖରେ ପ୍ରଥମ ସିଫ୍ଟରେ ବି ଫାର୍ମା, ଦ୍ବିତୀୟ ଏବଂ ତୃତୀୟ ସିଫ୍ଟରେ ଏମବିଏ ପାଇଁ ପରୀକ୍ଷା ହେବ ।

ଅନ୍ୟପଟେ 12 ତାରିଖରେ ଏଲଇ ଟେକ୍ ପରୀକ୍ଷା 3ଟି ଯାକ ସିଫ୍ଟରେ ହେବ ।