ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଓଜେଇଇ ଫଳାଫଳ। ସଂଧ୍ୟା ୫ଟାରୁ ୬ଟା ଭିତରେ ପ୍ରକାଶ ପାଇବ ଏହି ରେଜଲ୍ଟ। ojee.nic.in ଏହି ଲିଙ୍କକୁ ଯାଇ ନିଜ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ। ଏହି ଲିଙ୍କରେ ଆସିବ ରାଙ୍କ କାର୍ଡ।
ସୂଚନାନୁଯାୟୀ, ପ୍ରାୟ ୧ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏହି ରେଜଲ୍ଟ ଆନୁଷ୍ଠାନିକ ଭାବେ ଘୋଷଣା କରିବେ ଶିଳ୍ପମନ୍ତ୍ରୀ। ମେ’ 2, 2025ରେ ଓଜେଇଇ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ।
୩ଟି ପର୍ଯ୍ୟାୟରେ ହୋଇଥିଲା ଏହି ପରୀକ୍ଷା । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୮ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା। ୨ୟ ପର୍ଯ୍ୟାୟ ପରୀକ୍ଷା ଦିନ ୧୨ଟା ୩୦ରୁ ୨ଟା ୩୦ ଯାଏ ଓ ୩ୟ ପର୍ଯ୍ୟାୟ ପରୀକ୍ଷା ୪ଟା ୩୦ରୁ ୬ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା।