fbpx

OJS-2023 ପ୍ରିଲିମିନାରୀ ରେଜଲ୍ଟ ପ୍ରକାଶ: ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ୬୮୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ନ୍ୟାୟିକା ସେବା (ଓଜେଏସ) ୨୦୨୩ର ପ୍ରିଲିମିନାରୀ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ମୋଟ ୬୮୦ ଜଣ ପରୀକ୍ଷାର୍ଥୀ ଏଥିରେ କୃତକାର୍ଯ୍ୟ ହୋଇଥିବା ବେଳେ ୨୭୭ ଜଣ ପୁରୁଷ ଓ ୪୦୩ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ପ୍ରିଲିମ୍ସରେ କୃତକାର୍ଯ୍ୟ ହୋଇଥିବା ଏହି ସମସ୍ତ ପ୍ରାର୍ଥୀମାନେ ଆସନ୍ତା ଅକ୍ଟୋବର / ନଭେମ୍ବର ହେବାକୁ ଥିବା ମୁଖ୍ୟ ଲିଖିତ ପରୀକ୍ଷାରେ ଅଂଶଗ୍ରହଣ କରିବେ । ଖୁବଶୀଘ୍ର ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ମୁଖ୍ୟ ଲିଖିତ ପରୀକ୍ଷାର ପ୍ରୋଗ୍ରାମ ଜାରି କରାଯିବ ।

ଓଜେଏସ-୨୦୨୪ର ପ୍ରିଲିମ୍ସରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କର ଲିଷ୍ଟ ଓପିଏସସି ୱେବସାଇଟରେ ଜାରି କରାଯାଇଛି । ପ୍ରାର୍ଥୀମାନେ ୱେବସାଇଟକୁ ଯାଇ ନିଜ ନିଜର ରେଜଲ୍ଟ ଚେକ୍ କରିପାରିବେ । ଏହି ନିଯୁକ୍ତି ସମ୍ବନ୍ଧୀୟ ଅପଡେଟ୍ ପାଇବାକୁ ନିୟମିତ ଭାବେ ୱେବସାଇଟ୍ ଚେକ୍ କରିବାକୁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଗତ ଜୁନ୍ ମାସ ୨୨ରେ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଆନସର କୀ ଜାରି କରାଯାଇଥିଲା ।

Get real time updates directly on you device, subscribe now.