fbpx
BSKY SKY
BSKY SKY

BIG BREAKING: ପ୍ରକାଶ ପାଇଲା ଓଜେଏସ ରେଜଲ୍ଟ: ପ୍ରଥମ ଆଠଟି ସ୍ଥାନରେ କେବଳ ଝିଅ, ପଛରେ ପଡିଲେ ପୁଅ

BSKY

ଓଡିଶା ଭାସ୍କର: ପ୍ରକାଶ ପାଇଲା ଓଡିଶା ଜୁଡ଼ିସିଆଲ ସର୍ଭିସ(ଓଜେଏସ)ରେଜଲ୍ଟ। ଏଥିରେ ସୁଶ୍ରିତା ମିଶ୍ର ଟପ୍ପର ହୋଇଥିବା ଦେଖିବାକୁ ମିଳିଛି। ସେହିପରି ଦ୍ୱିତୀୟ ସ୍ଥାନରେ ନୀଲିଶା ପଟ୍ଟନାୟକ ରହିଛନ୍ତି। ଅନ୍ୟପଟେ ତୃତୀୟ ସ୍ଥାନରେ ଅନନ୍ୟା ମିଶ୍ର ସ୍ଥାନ ପାଇଛନ୍ତି। ସେହିପରି ଚତୁର୍ଥରେ ରାଣୀ ରଞ୍ଜିତା ପଟ୍ଟନାୟକ ଥିବା ବେଳେ ପଞ୍ଚମରେ ଲୋପାମୁଦ୍ରା ଆଚାର୍ଯ୍ୟ, ଷଷ୍ଠ ସ୍ଥାନରେ ହର୍ଷିତା ମିଶ୍ର, ସପ୍ତମରେ ପ୍ରଜ୍ଞା ସୁମନ ମହାପାତ୍ର ଓ ଅଷ୍ଟମରେ ଏସ ଆର ତୋଷାଳି ରହିଛନ୍ତି। ତାଲିକାର ନବମରେ ସତ୍ୟଜିତ ପାଣି ଏବଂ ଦଶମରେ ଲଳିତେନ୍ଦୁ ଦେବତା ଅଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଉଛି ଯେ, ଏଥିରେ ଝିଅଙ୍କ ରେଜଲ୍ଟ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛି। କୃତକାର୍ଯ୍ୟ ମୋଟ୍ ୫୫ ଜଣଙ୍କ ମଧ୍ୟରେ ରହିଛନ୍ତି ୩୯ ଜଣ ଝିଅ ଥିବା ଜଣାପଡ଼ିଛି। ତେବେ ପ୍ରଥମ ଆଠଟି ସ୍ଥାନରେ କେବଳ ଝିଅ ହିଁ ରହିଥିବା ଦେଖିବାକୁ ମିଳିଛି।

 

 

Get real time updates directly on you device, subscribe now.