fbpx
BSKY SKY
BSKY SKY

ଫେସବୁକରେ ପ୍ରେମ ହେବା ପରେ ବିବାହ, ଚାକିରି ଆଶା ଦେଖାଇ ଲୁଟିଲେ ଲକ୍ଷ ଲକ୍ଷ ଟଙ୍କା, ଏବେ ସ୍ତ୍ରୀକୁ ଛାଡିଦେଲେ ଅଧା ରାସ୍ତାରେ

BSKY

ପାଟଣା: ଜଣେ ବିବିଏସି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀଙ୍କୁ ପୋଲିସକର୍ମୀଙ୍କ ଦ୍ୱାରା ପ୍ରେମରେ ଧୋକା ପାଇବା ମାମଲା ସାମ୍ନାକୁ ଆସିଛି । କୁହାଯାଉଛି ଯେ, ଦୁଇ ତିନି ବର୍ଷ ପୂର୍ବରୁ ରିଲେସନସିପରେ ଆସିବା ପରେ ସେମାନେ ବିବାହ କରିଥିଲେ । ଏଥିରେ ସେ ତାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ ଏବଂ ତାଙ୍କ ସହ ସଂପର୍କ କାଟିଦେଇଥିଲେ । ଏବେ ଛାତ୍ରୀ ଜଣକ ନ୍ୟାୟ ପାଇଁ କୋର୍ଟରେ ଏକ ପିଟିସନ ଦାଖଲ କରିଛି ।

ଏହି ସଂପୂର୍ଣ୍ଣ ଘଟଣାଟି ୨୦୨୦ ମସିହାରେ ଆରମ୍ଭ ହୋଇଥିଲା । ରୁଚି ନାମକ ଏହି ଛାତ୍ରୀ ନିଜ ବାପାଙ୍କ ଦେହ ଖରାପ ଯୋଗୁଁ ଚିକିତ୍ସା ପାଇଁ ହାଜିପୁରର ଏକ ହସ୍ପିଟାଲରେ ପହଁଚିଥିଲେ । ଏହି ସମୟରେ ତାଙ୍କ ସହ ଭିକି ନାମକ ଜଣେ ବ୍ୟକ୍ତିଙ୍କ ସହ ଭେଟ ହୋଇଥିଲା । ଭିକି ବିହାର ପୋଲିସରେ ଡ୍ରାଇଭର ଭାବେ କାମ କରୁଥିଲେ । ତେବେ ଏହି ଦୁଇଜଣ ଦେଖାହେବା ପରେ ଫେସବୁକରେ ଦୁଇଜଣଙ୍କ ମଧ୍ୟରେ ଘନିଷ୍ଠତା ବଢି ପ୍ରେମ ସଂପର୍କରେ ଆସିଥିଲେ । ଏହାପରେ ସେମାନେ ପାଟଣାର ଏକ ମନ୍ଦିରରେ ବିବାହ କରିଥିଲେ ଏବଂ ଏଥିସହ ସେମାନେ କୋର୍ଟ ମ୍ୟାରେଜ ମଧ୍ୟ କରିଥିଲେ ।

ରୁଚିଙ୍କ ପରିବାର ଧନୀ ହୋଇଥିବାରୁ ଭିକି ତାଙ୍କଠାରୁ ଅନେକ ଟଙ୍କା ଆଣିଥିଲେ । ଅଭିଯୋଗ ଅନୁଯାୟୀ, ଭିକି ରୁଚିଙ୍କୁ କହିଥିଲେ ଯେ ତାଙ୍କ ଭେଣେଇ ଜଣେ ପୋଲିସର ଏକ ଉଚ୍ଚ ପଦବୀରେ ଅଛନ୍ତି । ରୁଚିଙ୍କୁ ଏକ ବଡ ପଦବୀରେ ଚାକିରି ଦେବେ ବୋଲି ଟଙ୍କା ଦରକାର ଥିଲା ବୋଲି କହିଥିଲେ । ରୁଚି ତାଙ୍କୁ ବିଶ୍ୱାସ କରି ଧୀରେ ଧିରେ ୧୭ ଲକ୍ଷ ଟଙ୍କା ଦେଇଥିଲେ ।

ଏହାପରେ ଭେଣେଇଙ୍କ ସହ ଭିକି ଟଙ୍କା ସେୟାର କରିଥିଲେ ଏବଂ ରୁଚିଙ୍କ ଚାକିରି ନ ହେବା କଥା କହିଥିଲେ । ତେବେ ବିବାହର ୩ ବର୍ଷ ପରେ ସେ ରୁଚିଙ୍କ ସହ ରହିବେନି ବୋଲି କହି ରୁଚିଙ୍କୁ ଛାଡିଦେଇଛନ୍ତି । ତେବେ ପୋଲିସ ଏହି ମାମଲାର ତଦନ୍ତ ଚଳାଇବା ସହ ବିବାହରର ହାଜୀପୁର କୋର୍ଟରେ ପିଟିସନ ଦାଖଲ ହୋଇଛି ।

Get real time updates directly on you device, subscribe now.