ନୂଆଦିଲ୍ଲୀ: Ola ଇଲେକ୍ଟ୍ରିକ ମୋବିଲିଟି କମ୍ପାନୀରେ ଛଟେଇ ହେବାକୁ ଯାଉଛି । ତେବେ ମାର୍ଜିନର ସଂଶୋଧନ ଆଣିବା ସହ ଓଲା ଇଲେକ୍ଟ୍ରିକକୁ ଏକ ଲାଭକାରୀ କମ୍ପାନୀ କରିବାକୁ ଏହି ଛଟେଇ ପାଇଁ ନିଷ୍ପତ୍ତି ନିଆଯାଇଛି । ଓଲା ଇଲେକ୍ଟ୍ରିକ କମ୍ପାନୀରେ ନୂଆ ରିଷ୍ଟ୍ରକଚରିଂଗ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି, ଯେଉଁଥି ପାଇଁ ପ୍ରଭାବିତ ହୋଇପାରନ୍ତି ୫୦୦ କର୍ମଚାରୀ ।
ରିପୋର୍ଟ ମୁତାବକ, ଭାବିଷ ଅଗ୍ରୱାଲଙ୍କ କମ୍ପାନୀ ଓଲା ଇଲେକ୍ଟ୍ରିକ ନୂଆ ରିଷ୍ଟ୍ରକଚରିଂ ପ୍ରକ୍ରିୟାକୁ ଆରମ୍ଭ କରିବାକୁ ଯାଉଛି । କମ୍ପାନୀର ଏହି ନିଷ୍ପତ୍ତି ଯୋଗୁଁ ୫୦୦ କର୍ମଚାରୀଙ୍କର ଚାକିରି ପ୍ରଭାବିତ ହୋଇପାରେ । କମ୍ପାନୀରୁ ମିଳିଥିବା ଗୁପ୍ତ ସୂଚନା ମୁତାବକ, କମ୍ପାନୀର କର୍ମଚାରୀଙ୍କର ଏହି ଛଟେଇ, ମାର୍ଜିନରେ ଉନ୍ନତି ଆଣିବା ସହ ଲାଭକାରୀ କମ୍ପାନୀ କରିବାକୁ ଏହି ଉଦ୍ଦେଶ୍ୟ ରଖାଯାଇଛି । ଏହା ପୂର୍ବରୁ କମ୍ପାନୀ ଆଇପିଓ ଆଣିବା ପୂର୍ବରୁ ସେପ୍ଟେମ୍ବର ୨୦୨୨ରେ ଦୁଇଟି ରିଷ୍ଟ୍ରକଚରିଂ ପ୍ରକ୍ରିୟାକୁ ଆପଣେଇ ଥିଲା । ଜୁଲାଇ ୨୦୨୨ରେ ଓଲା ୧୦୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଥିଲା ।
ଓଲା ଇଲେକ୍ଟ୍ରିକ ପାଇଁ ଗୁରୁବାର ଅର୍ଥାତ ୨୧ ନଭେମ୍ବର ୨୦୨୪ ବାଣିଜ୍ୟ ଅଧିବେଶନ ନିରାଶଜନକ ଥିଲା । ଓଲା ଇଲେକ୍ଟ୍ରିକର ସେୟାର ଲାଇଫଟାଇମ ଲୋ ୬୬.୮୬ ଟଙ୍କାରେ ଅଟକି ଥିଲା ଏବଂ ଆଜି ଏହି ଅଧିବେଶନରେ ଷ୍ଟକ ୩.୦୪ ପ୍ରତିଶତର ହ୍ରାସ ସହ ୬୭.୨୧ ଟଙ୍କାରେ କ୍ଲୋଜ ହୋଇଛି । ଓଲା ଇଲେକ୍ଟ୍ରିକର ସେୟାର ନିଜ ଆଇପିଓ ପ୍ରାଇସ ୭୬ ଟଙ୍କାରୁ ତଳକୁ ଖସିଯାଇ କାରବାର କରୁଛି ।