fbpx

Viral Video; କଳା ଆଗରେ ହାର ମାନିଲା ବୟସ, ବର୍ଷାରେ ନାଚି ମନ ଜିଣିଲେ ବୃଦ୍ଧ

Advertisement

ନୂଆଦିଲ୍ଲୀ: ‘ଜୀବନ ହେବତ ଏହି ଅଙ୍କଲଙ୍କ ଭଳି…’ ବର୍ଷାରେ ଏଭଳି ନୃତ୍ୟ କଲେ ବୃଦ୍ଧ, ଲୋକେ ଦେଖିକି ସ୍ତବ୍ଦ ହୋଇଗଲେ । ସୋସିଆଲ ମିଡିଆରେ ଜଣେ ବୃଦ୍ଧଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯିଏ ବର୍ଷାରେ ଭିଜି ନାଚୁଥିବାର ଦେଖିବାକୁ ମିଳୁଛି । ଏହି ବ୍ୟକ୍ତି ଜଣକ ‘ତାକ୍ ଧୁମ୍ ଧୁମ୍’ ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଯିଏ କେହି ଏହି ଭିଡିଓ ଦେଖିବ ତା ଆଖି ଲାଖି ରହିଯିବ ।

ଭିଡିଓରେ ବୃଦ୍ଧ ବ୍ୟକ୍ତିଙ୍କ ନାଚିବା ସମୟରେ ଆଖପାଖରେ ଠିଆ ହୋଇଥିବା ଲୋକମାନେ ମଧ୍ୟ ସେମାନଙ୍କୁ ଦେଖୁଛନ୍ତି । ଏବଂ ସେମାନଙ୍କ ମୋବାଇଲରେ ତାଙ୍କ ନାଚର ଦୃଶ୍ୟକୁ କଏଦ କରୁଛନ୍ତି । ଏହି ବ୍ୟକ୍ତିଙ୍କ ଡ୍ୟାନ୍ସ ଷ୍ଟେପକୁ ଲୋକେ ଖୁବ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆ ୟୁଜର୍ସ ଏହି ଭିଡିଓ ପୋଷ୍ଟରେ କମେଣ୍ଟ କରି ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି । ଏହି ଭିଡିଓକୁ mr_mehboob_shah_ ନାମକ ଏକ ଆକାଉଣ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରିଛି ।

ଏହି ଭିଡିଓକୁ ଏପର୍ଯ୍ୟନ୍ତ ୮୨.୫ ମିଲିୟନ ଲୋକ ଦେଖି ସାରିଲେଣି । ଏହାକୁ ୨୬ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି । ୟୁଜର୍ସ ମଧ୍ୟ ବହୁତ କମେଣ୍ଟ କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି, ମଜାକୁ ସବୁଦିନ ପାଇଁ ବଞ୍ଚାଇ ରଖନ୍ତୁ । ବୟସ ଯାହା ହେଉ ନା କାହିଁକି, ଆଉ ଜଣେ ୟୁଜର ଲେଖିଛନ୍ତି, ‘ଜୀବନ ହେବତ ଏହି ଅଙ୍କଲଙ୍କ ଭଳି…’। ତୃତୀୟ ୟୁଜର ଲେଖିଛନ୍ତି, ‘ପ୍ରତିଦିନ ଏମିତି ଲାଇଭ୍ କରନ୍ତୁ’।

Get real time updates directly on you device, subscribe now.