fbpx

ବହୁତ ହୋଇଗଲା ‘ବାଇକ ବାବା’ଙ୍କର ଖତରନାକ ଷ୍ଟଣ୍ଟ, ଏବେ ପୋଲିସ କାଟିଲା ୨୬ ହଜାର ଟଙ୍କାର ଚାଲାଣ (Video)

Advertisement

ନୂଆଦିଲ୍ଲୀ: ଆଜିକାଲି ରିଲ୍ସ ବନାଇବାର ନିଶା କେବଳ ଯୁବକ, ଯୁବତୀଙ୍କ ମଧ୍ୟରେ ସୀମିତ ରହିନାହିଁ । ବୃଦ୍ଧ ବ୍ୟକ୍ତିମାନେ ମଧ୍ୟ ଏଥିରେ ଖୁବ୍ ମାତିଲେଣି । ବର୍ତ୍ତମାନ ସମୟରେ ଉତ୍ତରପ୍ରଦେଶର ‘ବାଇକ ବାବା’ଙ୍କର ଖତରନାକ ବାଇକ୍ ଷ୍ଟଣ୍ଟ ଭାଇରାଲ ହେବାରେ ଳାଗିଛି । ବୃଦ୍ଧ ଜଣଙ୍କର ନିଜ ଜୀବନକୁ ବାଜିରେ ଲଗାଇ ଦେଖାଉଥିବା ଏହି ଷ୍ଟଣ୍ଟ ସମସ୍ତଙ୍କୁ ଚକିତ କରିଦେଇଛି ।

ସ୍ୱିଫ୍ଟି କାର, ପଲସର ବାଇକ ଉପରେ ବୃଦ୍ଧ ଜଣଙ୍କର ଷ୍ଟଣ୍ଟ କରୁଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ତେବେ ବର୍ତ୍ତମାନ ବାଇକ ବାବାଙ୍କୁ ଲାଗିଛି କଡ଼ା ଝଟକା । ଏହି ଷ୍ଟଣ୍ଟ ପାଇଁ ତାଙ୍କ ଉପରେ ପୋଲିସ ୨୬,୫୦୦ ଟଙ୍କାର ଫାଇନ୍ ଲାଗୁ କରିଛି । ବୃଦ୍ଧା ଜଣଙ୍କ ଜୀବନକୁ ବାଜିରେ ଲଗାଇ ବାଇକକୁ ଗୋଟିଏ ଚକାରେ ଚଳାଉଥିଲେ । ବାଇକ୍ ଚାଲୁଥିବା ସମୟରେ ସେ ଗାଡ଼ିର ପଛଭାଗରେ ଠିଆ ହୋଇ ଷ୍ଟଣ୍ଟ ଦେଉଥିଲେ ।

ତେବେ ବୃଦ୍ଧ ଜଣଙ୍କ ଗାଜିଆବାଦର ୱେବ ସିଟିରେ ଏହି ଷ୍ଟଟ୍ ପ୍ରଦର୍ଶନ କରୁଥିଲେ । ଉକ୍ତ ରାସ୍ତାରେ ଟ୍ରାଫିକ ରହୁନଥାଏ ବୋଲି କୁହାଯାଉଥିଲା । ତେଣୁ ଅଧିକାଂଶ ଯୁବକ ଉକ୍ତ ଅଞ୍ଚଳରେ ବାଇକ୍ ଷ୍ଟଣ୍ଟ ପ୍ରଦର୍ଶନ କରିଥାନ୍ତି । ତେବେ ଗତ ମାର୍ଚ୍ଚ ମାସରେ କିଛି ଯୁବକଙ୍କୁ ପାଲିସ ବାଇକ୍ ଷ୍ଟଣ୍ଟ କରୁଥିବା ବେଳେ ଧରିବା ସହ ଚାଲାଣ କାଟିଥିଲା ।

Get real time updates directly on you device, subscribe now.