fbpx
BSKY SKY
BSKY SKY

(video) ନୂଆବର୍ଷରେ ‘ଦାଦାଜୀଙ୍କ ନୃତ୍ୟ ଦେଖି ଦାଦିଜୀ ଲାଜରେ ସରସର’, ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍

BSKY

ଆଜି ନୂଆବର୍ଷର ପ୍ରଥମ ଦିନ । ସମସ୍ତେ ଏହି ନୂଆବର୍ଷର ଆରମ୍ଭ ହସ ଖୁସିରେ କରିବାକୁ ଚାହାନ୍ତି । କେହି ନୂଆବର୍ଷରେ ବାହାରକୁ ବୁଲିବାକୁ ଯାଆନ୍ତି ତ ଆଉ କେହି ଘର ଭିତରେ ରହି ବି ନିଜ ସାଙ୍ଗ ସାଥି ଓ ପରିବାର ସଦସ୍ୟଙ୍କ ସହ ଖୁସି ମନାଇଥାନ୍ତି । ଏବେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହା ନୂଆବର୍ଷରେ ଲୋକଙ୍କ ମନକୁ ବେଶ୍ ପାଇଯାଇଛି ।

ଭିଡିଓରେ ଜଣେ ଦାଦାଜୀ ବବାଲ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳୁଛି । ପ୍ରଥମେ ଜଣେ ଦାଦିମା’ ଏକ ଛୋଟ ଝିଅକୁ ନୃତ୍ୟ କରିବା ଲାଗି ଷ୍ଟେଜ୍ ଉପରକୁ ଆଣୁଛନ୍ତି । ଗୀତ ବାଜିବା ପରେ ଝିଅଟି ତ ଟିକେ ବି ହଲୁ ନାହିଁ କିନ୍ତୁ ଅପରପକ୍ଷେ ଗୀତ ଶୁଣି ଦାଦାଜୀ ପୁରା ମତୁଆଲା ହୋଇ ଯାଉଛନ୍ତି । ଏହାପରେ ତ ଦାଦାଜୀ ଷ୍ଟେଜ୍‌ରେ ପୁରା ବବାଲ କରିଦେଇଛନ୍ତି । ଗୀତର ପ୍ରତି ଲାଇନ୍‌ରେ ସେ ବେଶ୍ ସୁନ୍ଦର ପ୍ରତିକ୍ରିୟା ରଖି ନୃତ୍ୟର ଭଙ୍ଗୀ ବଦଳାଉଛନ୍ତି । ଭିଡିଓଟି ଏବେ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ ହେଉଛି ।
ଭିଡିଓଟିକୁ ଏକ୍ସରେ @ChapraZila ନାମକ ପେଜ୍‌ରେ ସେୟାର କରାଯାଇଛି । ଭିଡିଓ ସହିତ କ୍ୟାପସନରେ ଲେଖାଯାଇଛି, ‘ଦାଦାଜୀଙ୍କ ନୃତ୍ୟ ଦେଖି ଦାଦିଜୀ ଲାଜରେ ସରସର’ ।

Get real time updates directly on you device, subscribe now.