fbpx
BSKY SKY
BSKY SKY

ଟ୍ରେନର ରହିଛି ୯ ପ୍ରକାର ହର୍ଣ୍ଣ, ପ୍ରତି ହର୍ଣ୍ଣ ପଛରେ କ’ଣ ରହିଛି ସଂକେତ ?

BSKY

ଓଡ଼ିଶା ଭାସ୍କର: ଦେଶରେ ଅଧିକାଂଶ ଲୋକମାନେ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ଟ୍ରେନ୍ ଯାତ୍ରା ସୁଲଭ ଓ ସମସ୍ତଙ୍କ ପାଇଁ ସୁବିଧାଜନକ ହୋଇଥାଏ । ତେବେ ସମସ୍ତେ ଟ୍ରେନର ହର୍ଣ୍ଣ ନିଶ୍ଚିତ ଶୁଣିଥିବେ । କିନ୍ତୁ ବହୁତ କମ୍ ଲୋକମାନେ ଜାଣିଥିବେ ଯେ ଟ୍ରେନର କେତେ ପ୍ରକାର ହର୍ଣ୍ଣ ରହିଛି ଓ ପ୍ରତି ହର୍ଣ୍ଣ କ’ଣ ସଙ୍କେତ ଦେଇଥାଏ । ଆସନ୍ତୁ ଜାଣିବା ସେ ବିଷୟରେ:
ଟ୍ରେନର ମୋଟ୍ ୯ ପ୍ରକର ହର୍ଣ୍ଣ ରହିଛି । ବିଭିନ୍ନ ସ୍ଥିତିରେ ଲୋକମାନଙ୍କୁ ସଜାଗ କରିବା ପାଇଁ ଟ୍ରେନ୍ ଭିନ୍ନ ଭିନ୍ନ ପ୍ରକାର ହର୍ଣ୍ଣର ବ୍ୟବହାର କରିଥାଏ ।

୧. ଗୋଟିଏ ଶର୍ଟ(ଛୋଟ) ହର୍ଣ୍ଣର ଅର୍ଥ ହେଉଛି ଟ୍ରେନଟି ୟାର୍ଡ଼ରେ ପହଞ୍ଚି ସାରିଛି ଏବଂ ଟ୍ରେନ ସଫା କରିବାର ସମୟ ହୋଇଯାଇଛି ।

୨. ଦୁଇଟି ଶର୍ଟ ହର୍ଣ୍ଣର ଅର୍ଥ ଟ୍ରେନଟି ଯିବା ପାଇଁ ପ୍ରସ୍ତୁତ ଅଛି ।

୩. ତିନୋଟି ଶର୍ଟ ହର୍ଣ୍ଣର ଅର୍ଥ ଟ୍ରେନର ଇଞ୍ଜିନ୍ ଉପରୁ ସହ ପାଇଲଟ୍ ନିୟନ୍ତ୍ରଣ ହରାଇଛି ଏବଂ ଗାର୍ଡ଼ ଜଣଙ୍କୁ ଭାକ୍ୟୁମ୍ ବ୍ରେକ୍ ବ୍ୟବହାର କରି ଗାଡ଼ିଟିକୁ ଅଟକାଇବାର ଅଛି ।

୪. ଟ୍ରେନରେ ଟେକ୍ନିକାଲ ସମସ୍ୟା ଦେଖାଗଲେ ବା ଟ୍ରେନ୍ ଅଗକୁ ନ ଗଲେ ୪ଟି ଶର୍ଟ ହର୍ଣ୍ଣର ବ୍ୟବହାର କରାଯାଇଥାଏ ।

୫. ଛଅଟି ଶର୍ଟ ହର୍ଣ୍ଣ କୌଣସି ବିପଦକୁ ସୁଚାଇଥାଏ ।

୬. ଦୁଇଟି ଛୋଟ ଏବଂ ଗୋଟିଏ ବଡ଼ ହର୍ଣ୍ଣ ୨ଟି କାରଣ ପାଇଁ ପ୍ରୟୋଗ କରାଯାଏ । ପ୍ରଥମ ଯେତେବେଳେ କେହି ଯାତ୍ରୀ ଟ୍ରେନର ଚେନ୍ ଟାଣି ଥାନ୍ତି ଏବଂ ଦ୍ୱିତୀୟ ଯେତେବେଳେ ଗାର୍ଡ଼ ଭାକ୍ୟୁମ ପ୍ରେସର ବ୍ରେକର ପ୍ରୟୋଗ କରିଥାଏ ।

୭. ଟ୍ରେନଟି ବାରମ୍ବାର ଲମ୍ବା ହର୍ଣ୍ଣ ବଜାଇଲେ ସୂଚାଇଥାଏ ଯେ ତାହା ପ୍ଲାଟଫର୍ମରେ ଅଟକିବ ନାହିଁ ।

୮. ଟ୍ରେନଟି ପ୍ଲାଟଫର୍ମ ନିକଟତର ହେଲେ ୨ ଥର ରହି ରହି ହର୍ଣ୍ଣ ବଜାଇଥାଏ । ଏହା ଦ୍ୱାରା ଲେବୁଲ କ୍ରସିଙ୍ଗ ପାଖରେ ଥିବା ଲୋକଟି ସତର୍କ ହୋଇଯାଏ ।

୯. ଦୁଇଟି ଲମ୍ବା ଏବଂ ଗୋଟିଏ ଛୋଟ ହର୍ଣ୍ଣ ବଜାଇବାର ଅର୍ଥ ଟ୍ରେନଟି ବର୍ତ୍ତମାନ ଟ୍ରାକ୍ ବଦଳାଇବ ।

Get real time updates directly on you device, subscribe now.