ନୂଆଦିଲ୍ଲୀ: ଭାରତରେ ବୟସ୍କ ବ୍ୟକ୍ତି ଅଧିକ ଔଷଧ ସେବନ କରିଥାନ୍ତି । ଏକ ସର୍ଭେରୁ ପ୍ରକାଶ କି ଅନାବଶ୍ୟକ ଏବଂ ଆବଶ୍ୟକ ଔଷଧ ହ୍ରାସ ହେବା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି ।
ରିସର୍ଚ୍ଚ ଅନୁଯାୟୀ ଭାରତର ପ୍ରତି ୧୦୦ ବୃଦ୍ଧଙ୍କ ମଧ୍ୟରୁ ୨୮ ଜଣ ଆବଶ୍ୟକତା ଠାରୁ ଅଧିକ ଔଷଧ ସେବନ କରିଥାନ୍ତି ।
କୋଲକାତା, ଚେନ୍ନାଇ, ଦିଲ୍ଲୀ, ଗୁଆହାଟୀ, ପାଟନା ଏବଂ ଉଜ୍ଜୈନରେ ଡୋର- ଟୁ- ଡୋର ସର୍ଭେ କରାଯାଇଥିଲା । ସର୍ଭେ ରିପୋର୍ଟରୁ ୬ଟି ସହରରୁ ପ୍ରାୟ ୬୦୦ ଜଣ ଲୋକଙ୍କ ନମୁନା ସଂଗ୍ରହ କରାଯାଇଥିଲା । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ସେମାନଙ୍କ ମଧ୍ୟରୁ ୧୭୩ ଜଣ(୨୮.୮ପ୍ରତିଶତ) ଅତି କମରେ ଗୋଟିଏ ସମ୍ଭାବ୍ୟ ଅନୁପଯୁକ୍ତ ଔଷଧ ସେବନ କରିଥାନ୍ତି ଯେଉଁଥିରେ କୌଣସି କ୍ଲିନିକାଲ୍ ଜଷ୍ଟିଫିକେସନ୍ ନାହିଁ । ଅର୍ଥାତ କିଛି ରୋଗୀ ନିର୍ଦ୍ଧାରିତ ଅବଧି ପରେ ମଧ୍ୟ ଔଷଧ ସେବନ କରୁଥିଲେ ।
ଏହା ବାଦ୍ କୋଲକାତାର ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ସେଣ୍ଟର ଫର୍ ଏଜିଂ ଆଣ୍ଡ୍ ମେଣ୍ଟାଲ ହେଲ୍ଥ କେନ୍ଦ୍ରର ରିସର୍ଚ୍ଚ ସ୍କଲାର ସେବଲ ଦାସ ଏବଂ ତାଙ୍କ ସହଯୋଗୀ ପ୍ରତ୍ୟେକ ସହରରେ ୬୦ ବର୍ଷରୁ ଉଦ୍ଧ୍ୱର୍ ୧୦୦ ଜଣଙ୍କ ନମୁନା ନେଇଥିଲେ । ସେମାନେ କୌଣସି ଡାକ୍ତରଙ୍କ ନିଦେ୍ର୍ଦଶାନୁସାରେ ନା ନିଜେ ଔଷଧ ଖାଇଥାନ୍ତି ବୋଲି ବିଶ୍ଲେଷଣ କରାଯାଇଥିଲା । ତେବେ ବୟସ୍କମାନେ ସର୍ବାଧିକ ବ୍ୟବହାର କରୁଥିବା ଔଷଧ ମଧ୍ୟରେ ଜ୍ୱର ଏବଂ ଯନ୍ତ୍ରଣା ପାଇଁ ପାରାସିଟାମଲ୍ ଏବଂ ଶ୍ୱାସକ୍ରିୟା ସଂକ୍ରମଣ ପାଇଁ ଆଣ୍ଟିବାୟୋଟିକ୍ ।
ଅନୁସନ୍ଧାନକାରୀମାନେ ଆହୁରି ମଧ୍ୟ ଜାଣିବାକୁ ପାଇଥିଲେ ନମୁନା ନିଆଯାଇଥିବା ବୟସ୍କଙ୍କ ମଧ୍ୟରୁ ପ୍ରାୟ ୧୨୨(୨୦ ପ୍ରତିଶତ) ପାଖରେ ଗୋଟିଏ potential prescribing omissions(PPO) ରହିଥିବା ଦର୍ଶାଯାଇଛି । ପିପିଓ ହେଉଛି ଏକ ଔଷଧ ଯାହା ପ୍ରେସକ୍ରିପସନରେ ଉଲ୍ଲେଖ ନଥିବ । କେତେକ ପିପିଓ ମଧ୍ୟରେ ମଧୁମେହ ରୋଗୀଙ୍କ ପାଇଁ ଆଣ୍ଟି- କ୍ଲଟିଂ ଥେରାପି ଏବଂ ଅନ୍ୟାନ୍ୟ ହୃଦରୋଗ ରିସ୍କ ଫ୍ୟାକ୍ଟର ଇତ୍ୟାଦି ସାମିଲ ରହିଛି ।