fbpx

ଦେଶରେ ପ୍ରଥମ ଥର ପାଇଁ ହେବ ବାଚସ୍ପତି ନିର୍ବାଚନ, ଓମ ବିର୍ଲା ଏବଂ କେ.ସୁରେଶଙ୍କ ମଧ୍ୟରେ ମୁକାବିଲା

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ନିର୍ବାଚନରେ ବିରୋଧୀ ଦଳ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । କେ ସୁରେଶ ବିରୋଧୀ ଦଳ ପକ୍ଷର ପ୍ରାର୍ଥୀ ହେବେ । ଅନ୍ୟପଟେ ଏନଡିଏ ପକ୍ଷରୁ ଲୋକସଭା ବାଚସ୍ପତି ପଦବୀ ପାଇଁ ଓମ ବିର୍ଲା ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ଲୋକସଭା ବାଚସ୍ପତି ନିର୍ବାଚନ ବୁଧବାର ଦିନ ହେବ । ଦେଶରେ ପ୍ରଥମଥର ପାଇଁ ବାଚସ୍ପତି ପଦବୀ ପାଇଁ ନିର୍ବାଚନ ହେବ । ଏପର୍ଯ୍ୟନ୍ତ ଏହି ପଦବୀ ପାଇଁ ଶାସକ ଦଳ ପକ୍ଷ ଏବଂ ବିପକ୍ଷଙ୍କ ସର୍ବସମ୍ମତିରେ ବାଚସ୍ପତି ମନୋନୀତ ହେଉଥିଲେ । କିନ୍ତୁ ଏଥର ଏହି ପରମ୍ପରା ଭାଙ୍ଗିବାକୁ ଯାଉଛି ।

ଏହା ପୂର୍ବରୁ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଫୋନ କରି କହିଥିଲେ ଏବଂ ବାଚସ୍ପତି ପଦବୀ ପାଇଁ ସମର୍ଥନ ମାଗିଥିଲେ । ରାହୁଲ ଗାନ୍ଧୀ କହିଥିଲେ ଯେ, ବିରୋଧୀ ବାଚସ୍ପତି ପଦବୀରେ ସମର୍ଥନ ଦେବାକୁ ପ୍ରସ୍ତୁତ ଅଛି, ହେଲେ ବିରୋଧୀକୁ ଉପବାଚସ୍ପତି ପୋଷ୍ଟ ମିଳିବା ଆବଶ୍ୟକ । ହେଲେ ଏଥର ରାଜନାଥ ସିଂହଙ୍କ ପକ୍ଷରୁ କୌଣସି ଜବାବ ମିଳିନାହିଁ ।

Get real time updates directly on you device, subscribe now.