ଜାମ୍ମୁ କାଶ୍ମୀର: ଘାଟିରୁ ଧାରା ୩୭୦ ହଟିଲେ ଶାନ୍ତି ଫେରିବ ବୋଲି କେନ୍ଦ୍ର ସରକାର ବା ବିଜେପିର କେନ୍ଦ୍ରୀୟ ନେତୃତ୍ୱ କହିଥିଲେ । ଯାହା ଏପର୍ଯ୍ୟନ୍ତ ଦେଖାଯାଉ ନାହିଁ ବୋଲି କହିଛନ୍ତି ଜାମ୍ମୁ କାଶ୍ମୀରର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ଶନିବାର ଓମାର କାଶ୍ମୀରରେ ସାମ୍ପ୍ରତିକ ପରିସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଗତକାଲି ଆମ ଭାଇ (ଏସପିଓ ରିୟାଜ ଅହମ୍ମଦ ଥୋକର) ଙ୍କ ମୃତ୍ୟୁ ଘଟିଛି। ଏହାର ୨୪ ଘଣ୍ଟା ପୂର୍ବରୁ ଆମ ଭାଇ (ରାହୁଲ ଭଟ)ଙ୍କୁ ତାଙ୍କ ଅଫିସରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ ।
ଧାରା ୩୭୦ ରଦ୍ଦ ହେବା ପରଠାରୁ ୨.୫ ବର୍ଷ ବିତିଗଲାଣି, ତଥାପି କାଶ୍ମୀର ଯୁବକ ଆତଙ୍କୀଙ୍କ ସହ ମିଶୁଛନ୍ତି, ବିଭ୍ରାନ୍ତ ହେଉଛନ୍ତି, ବନ୍ଧୁକ ଉଠାଉଛନ୍ତି । ଏହା ସହ ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି, ଆପଣ କାହିଁକି ଭାବୁଛନ୍ତି ଯେ ସେମାନେ ଏକ ସପ୍ତାହ, ଏକ ମାସ, ୬ ମାସ ବଞ୍ଚିବେ ବୋଲି । କିନ୍ତୁ ସେମାନେ କାହିଁକି ଏହା କରନ୍ତି ବୋଲି କେହି ପଚାରୁ ନାହାନ୍ତି ।
ବିକାଶ ହେବ ବୋଲି ସେମାନେ(କେନ୍ଦ୍ର ସରକାର) କହିଛନ୍ତି। ସ୍ଥିରତା ପାଇଁ ସେମାନେ ଆମକୁ ଦାୟୀ କଲେ । ମୁଁ ମୁଖ୍ୟମନ୍ତ୍ରୀ ଚେୟାର ଛାଡିବାର ୮ ବର୍ଷ ବିତିଗଲାଣୀ, ମୁଫତି ଏହାକୁ ୩ ବର୍ଷ ପୂର୍ବେ ଛାଡିଥିଲେ । ତେବେ ପ୍ରତିଜ୍ଞା କରାଯାଇଥିବା ବିକାଶ କେଉଁଠାରେ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି ।