fbpx

ଭାରତରେ ଏଣ୍ଟ୍ରି ମାରିଲା ଓମିକ୍ରନ BA.4: ଏହି ସ୍ଥାନରୁ ସବଭାରିଆଣ୍ଟର ପ୍ରଥମ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଏବେ ବି କରୋନା ମହାମାରୀର ପ୍ରକୋପ ଦୁନିଆ ଉପରେ ରହିଛି । ଏହାରି ମଧ୍ୟରେ ସଂକ୍ରମଣର ନୂଆ ନୂଆ ଭାରିଆଣ୍ଟ ଓ ସବ୍ ଭାରିଆଣ୍ଟ ସାମ୍ନାକୁ ଆସିବାରେ ଲାଗିଛି । ଏପରି ପରିସ୍ଥିତିରେ ଭାରତରେ ଓମିକ୍ରନର BA.4 ସବଭାରିଆଣ୍ଟର ପ୍ରଥମ ମାମଲା ଗୁରୁବାର ଦିନ ହାଇଦ୍ରାବାଦରୁ ଚିହ୍ନଟ ହୋଇଛି । କୋଭିଡ-୧୯ ଜେନୋମିକ୍ ସର୍ଭିଲାନ୍ସ ପ୍ରୋଗ୍ରାମ୍ ମାଧ୍ୟମରେ ଏହି ପ୍ରଥମ ମାମଲା ଚିହ୍ନଟ ହୋଇଛି ।

ଭାରତୀୟ SARS-CoV-2 କନ୍ସୋର୍ଟିୟମ୍ ଅନ୍ ଜେନୋମିକ୍ସ (INSACOG) ସହିତ ଜଡିତ ବୈଜ୍ଞାନିକ କହିଛନ୍ତି ଯେ, ଭାରତରୁ BA.4 ସବଭାରିଆଣ୍ଟ ବିବରଣୀ ମେ’ ୯ରେ ରେକର୍ଡ କରାଯାଇଥିଲା । ଏହାକୁ ନିଶ୍ଚିତ କରି ICMRର ଜଣେ ବୈଜ୍ଞାନିକ ଗତ କିଛି ଦିନ ମଧ୍ୟରେ ଦେଶର ଅନ୍ୟ ସହରରେ BA.4 ମାମଲା ଚିହ୍ନଟ ହେବାର ସମ୍ଭାବନା ପ୍ରକାଶ କରିଛନ୍ତି ।

SARS CoV 2 ଭାଇରସର ଏହି ଷ୍ଟ୍ରେନ୍ ବହୁତ ମାରାତ୍ମକ ହୋଇଥିବା ବେଳେ ଏହା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ କରିଦିଏ । ଦକ୍ଷିଣ ଆଫ୍ରିକାରେ BA.4 ସବଭାରିଆଣ୍ଟ ପରି ନୂଆ କରୋନା ଭାଇରସ୍ ସଂକ୍ରମଣର ଏକ ବଡ଼ ଏହର ପାଇଁ ଏହି ଷ୍ଟ୍ରେନ୍ ମଧ୍ୟ ଦାୟୀ ଥିଲା । ତେବେ ବୈଜ୍ଞାନିକମାନେ ମତ ଦେଇଛନ୍ତି ଯେ, ଚଳିତ ବର୍ଷ ଜାନୁଆରୀରେ ଭାରତରେ ଆସିଥିବା ଓମିକ୍ରନ୍ ଲହର ଯୋଗୁଁ ଭାରତୀୟ ଜନସଂଖ୍ୟାରେ ରୋଗ ପ୍ରତିରୋଧକ ଶକ୍ତି ବହୁ ମାତ୍ରାରେ ବୃଦ୍ଧି ପାଇଛି ।

Get real time updates directly on you device, subscribe now.