fbpx
BJD SKY
BJD SKY

ଇତିହାସ ହୋଇଯିବନି ତ କଂଗ୍ରେସ? ଗତ ଦୁଇବର୍ଷ ମଧ୍ୟରେ ଦଳଛାଡ଼ିଲେଣି ଅନେକ ବରିଷ୍ଠ ନେତା

BJD

ନୁଆଦିଲ୍ଲୀ: ଭାରତୀୟ ରାଜନୀତି ଇତିହାସରେ କଂଗ୍ରେସ ବର୍ତ୍ତମାନ ଏହାର ସବୁଠୁ ଖରାପ ସମୟ ଦେଇ ଗତି କରୁଛି । ନିର୍ବାଚନରେ ପରାଜୟ ଏବଂ ହ୍ରାସ ପାଉଥିବା ଭିତ୍ତିଭୂମି ମଧ୍ୟରେ ଅନେକ ବରିଷ୍ଠ ନେତା ଦଳ ଛାଡ଼ିଲେଣି । ଦଳର ହାଇକମାଣ୍ଡଙ୍କ ଉପରେ ପ୍ରଶ୍ନ ଉଠାଇ ନେତାମାନେ ଅନ୍ୟ ଦଳକୁ ପଳାୟନ କରୁଛନ୍ତି । ଯେଉଁଥିରେ ରୋକ ଲାଗୁନାହିଁ । ନିକଟରେ ସୁନୀଲ ଜାଖର ଏବଂ ହାର୍ଦ୍ଦିକ ପଟେଲ ଦଳ ଛାଡ଼ିଛନ୍ତି । ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଜାଖର ଗୁରୁବାର ଦିନ ବିଜେପିରେ ଯୋଗ ଦେଇଛନ୍ତି। ନିକଟ ଭବିଷ୍ୟତରେ ହାର୍ଦ୍ଦିକଙ୍କ ବିଜେପିରେ ଯୋଗଦେବା ନେଇ ମଧ୍ୟ କଳ୍ପନାଜଳ୍ପନା ଚାଲିଛି।

ସେହିଭଳି ଉତ୍ତରପ୍ରଦେଶ ନିର୍ବାଚନ ପୁର୍ବରୁ ଆରପି ସିଂ ଏବଂ ଜତିନ ପ୍ରସାଦ ବଜେପି ହାତ ଧରିଥିଲେ । ଗତ କିଛିବର୍ଷ ମଧ୍ୟରେ ଏପରି କିଛିନେତା କଂଗ୍ରେସ ଛାଡ଼ିଛନ୍ତି ଯେଉଁମାନେ ରାହୁଲ ଗାନ୍ଧୀଙ୍କ ଖୁବ ନିକଟତର ଥିଲେ । ରାହୁଲଙ୍କ ନିକଟସ୍ଥ କୁହାଯାଉଥିବା କଂଗ୍ରେସର ଯୁବ ବିଗ୍ରେଡ଼ର ପ୍ରମୁଖ ନେତାମାନେ ଦଳ ଛାଡ଼ିବାର ପ୍ରକ୍ରିୟା ୨୦୨୦ରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କଠୁ ଆରମ୍ଭ ହୋଇଥିଲା । ସେ କଂଗ୍ରେସ ଛାଡ଼ି ବିଜେପିର ହାତ ଧରିଥିଲେ । ଫଳସ୍ୱରୂପ ମଧ୍ୟପ୍ରଦେଶରେ ୧୫ ବର୍ଷ ପରେ ଶାସନକୁ ଫେରିଥିବା କଂଗ୍ରେସ ୧୫ ମାସରେ କ୍ଷମତାରୁ ବାହର ହୋଇଥିଲା ।

ସିନ୍ଧିଆ କଂଗ୍ରେସ ଛାଡ଼ିବାର କିଛି ମାସ ପରେ ଦଳରେ ଏପରି ସ୍ଥିତି ଆସିଥିଲା ଯେ, ସଚିନ ପାଇଲଟ ଦଳ ଛାଡ଼ିବା ଦ୍ୱାରାରେ ଥିଲେ । ତେବେ ସେ ସମୟରେ ଆଲୋଚନା ମାଧ୍ୟମରେ ତାଙ୍କୁ ଦଳରେ ରଖିବାରେ ସଫଳ ହୋଇଥିଲା କଂଗ୍ରେସ । କେନ୍ଦ୍ରରେ ୟୁନାଇଟେଡ୍ ପ୍ରୋଗ୍ରେସିଭ୍ ଆଲାଏନ୍ସ(ୟୁପିଏ) ସରକାର ସମୟରେ ସିନ୍ଧିଆ, ପାଇଲଟ୍, ପ୍ରସାଦ, ଆରପିଏନ୍ ସିଂ ଏବଂ ମିଲିନ୍ଦ ଦେଓରା କିଛି ଯୁବକ ନେତା ଥିଲେ ଯାହାଙ୍କୁ ରାହୁଲ ଗାନ୍ଧୀଙ୍କ ‘ଯୁବ ବ୍ରିଗେଡ୍’ କୁହାଯାଉଥିଲା। ଆଜି କେବଳ ପାଇଲଟ ଏବଂ ଦେଓରା କଂଗ୍ରେସରେ ରହିଛନ୍ତି।

ଓଡ଼ିଶାରେ ନବରଙ୍ଗପୁର ପୁର୍ବତ୍ତ ସାଂସଦ ପ୍ରଦୀପ ମାଝି ମଧ୍ୟ କିଛି ମାସ ତଳେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । କଂଗ୍ରେସରେ ରହି ଲୋକଙ୍କ ସେବା କରିବା ସମ୍ଭବ ନୁହେଁ ବୋଲି କହି ସେ ସୋନିଆଙ୍କୁ ତାଙ୍କ ଇସ୍ତପା ଦେଇଥିଲେ ।

ହିମନ୍ତ ବିଶ୍ୱ ଶର୍ମା ହେଉଛନ୍ତି ବର୍ତ୍ତମାନ ଆସାମର ମୁଖ୍ୟମନ୍ତ୍ରୀ । ୨୦୧୬ରେ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ଯେଉଁଥିପାଇଁ ବର୍ତ୍ତମାନ ରାଜ୍ୟରେ କଂଗ୍ରେସ ପଛରେ ରହିଯାଇଛି । ସେହିଭଳି ମଣିପୁର କଂଗ୍ରେସର ବରିଷ୍ଠ ନେତା ତଥା ପୁବତ୍ତନ କେନ୍ଦ୍ରମନ୍ତ୍ରୀ ବିରେନ ସିଂ ବିଜେପିରେ ଯୋଗ ଦେଇ ବର୍ତ୍ତମାନ ମଣିପୁରରେ ବିଜେପି ସରକାରରେ ମୁଖ୍ୟମନ୍ତୀ ଅଛନ୍ତି ।
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୁର୍ବରୁ ଦଳ ସମସ୍ତ ବଳ ଖଟାଇ ଲୋକମତ ସଂଗ୍ରହ କରୁଥିବା ବେଳେ ଦଳର ଦୁଇ ବରିଷ୍ଠ ନେତା ଜିତେନ ପ୍ରସାଦ ଏବଂ ଆରପିଏନ ସିଂ ବିଜେପିରେ ଯୋଗ ଦେଇଥିଲେ ।

ପଞ୍ଜାବ ବିଧାବନସଭା ନିର୍ବାଚନ ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଦଳ ମଧ୍ୟରେ ବିବାଦ ପାଇଁ ଦଳ ଛାଡ଼ିଥିଲେ । ପୁର୍ବରୁ ଗତବର୍ଷ ମହିଳା କଂଗ୍ରେସ ଅଧ୍ୟକ୍ଷ କଂଗ୍ରେସ ଛାଡ଼ି ତୃଣମୁଳ କଂଗ୍ରେସ ଚାଲିଯାଇଥିଲେ । ସେହିଭଳି ପ୍ରିୟଙ୍କା ଚତ୍ତୁର୍ବେଦୀ କଂଗ୍ରେସକୁ ଅଲବିଦା କରି ଶିବସେନାରେ ଯୋଗ ଦେଇଥିଲେ । ନେତାମାନଙ୍କର ଦଳ ଛାଡ଼ିବାକୁ ନେଇ ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ବୈଚାରୀକ ପ୍ରତିବଦ୍ଧତାର ପରୀକ୍ଷା କଠିନ ସମୟରେ ଆସିଥାଏ । ଆଜି ଯେଉଁ ନେତାମାନେ ଦଳ ଛାଡ଼ୁଛନ୍ତି ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ଦଳ ବହୁତ୍ କିଛି ଦେଇଛି । ଏବେ ସେମାନେ ନିଜର ସ୍ୱାର୍ଥ ପାଇଁ ପାର୍ଟିକୁ କ୍ଷତି ପହଞ୍ଚାଇ ଏହି ନିଷ୍ପତି ନେଉଛନ୍ତି ।

ସେହିଭଳି ଅନ୍ୟ ଜଣେ ନେତା କହିଛନ୍ତି ଯେ,” କଂଗ୍ରେସ ବିଚାରଧାରା ପ୍ରତି ସମର୍ପିତ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ଏହା କର୍ତ୍ତବ୍ୟ ଯେ ସେମାନେ ଦଳକୁ ମଜବୁତ କରିବା ଦିଗରେ କାର୍ଯ୍ୟ କରିବେ । ସୋନିଆ ଗାନ୍ଧୀ ନିକଟରେ ଦଳର “ଚିନ୍ତନ ଶିବିର’ରେ କହିଥିଲ ଯେ, ଦଳ ନେତାମାନଙ୍କୁ ବହୁତ୍ କିଛି ଦେଇଛି । ବର୍ତ୍ତମାନ ସେମାନଙ୍କୁ ଏହି କରଜକୁ ଫେରାଇବାର ସମୟ ଆସିଛି । ଏଭଳି ଭାବନା ସହିତ ନେତା ମାନଙ୍କୁ କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

 

Get real time updates directly on you device, subscribe now.