fbpx

ହୁ ହୁ ହୋଇ ମାଡିଚାଲିଛି ‘ଓମିକ୍ରନ୍‌’, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩

ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ମାଡିଚାଲିଛି ‘ଓମିକ୍ରନ୍‌’ ପ୍ରଜାତି । ବର୍ତ୍ତମାନ ସୁଦ୍ଧା ଏହା ୧୧ଟି ରାଜ୍ୟକୁ ବ୍ୟାପିସାରିଲାଣି ଓ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସୁଦ୍ଧା ୧୧୩ ରେ ପହଂଚିଛି । ୧୯ଟି ଜିଲ୍ଲା‌ରେ ସଂକ୍ରମଣ ବଢ଼ିବା ବିପଦ ଅଧିକ ରହିଛି । ଦେଶର କିଛି ପ୍ରମୁଖ ରାଜ୍ୟରେ କାୟା ମେଲାଇବାରେ ଲାଗିଛି କୋଭିଡର ଏହି ନୂତନ ପ୍ରଜାତି । ଦେଶରେ ତୃତୀୟ ଲହର ଆରମ୍ଭ ହେବା ଆଶଙ୍କା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଶୁକ୍ରବାର ପୁଣି ନୂଆ ନିର୍ଦ୍ଦେଶାବଳି ଜାରି କରିଛନ୍ତି।

ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍ କହିଛନ୍ତି, ବ୍ରିଟେନ୍‌ରେ ଯେଉଁଭଳି ସଂକ୍ରମଣ ବଢ଼ୁଛି ଯଦି ସେଭଳି ଭାବେ ଭାରତରେ ସଂକ୍ରମଣ ବଢ଼େ ତେବେ ଭାରତର ଜନସଂଖ୍ୟା ଅନୁଯାୟୀ ଭାରତ ରେ ଦିନକୁ ୧୪ ଲକ୍ଷ ସଂକ୍ରମଣ ଦେଖାଦେବ । ୮୦ ପ୍ରତିଶତ ଆଂଶିକ ଟିକାକରଣ ସତ୍ତ୍ବେ ୟୁରୋପ ଅତି ଗୁରୁତର ପର୍ୟ୍ୟାୟ ଦେଇ ଗତି କରୁଛି । ତେଣୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ନୂଆ ନିର୍ଦ୍ଦେଶାବଳି ଜାରି ହୋଇଛି। ଗତ ୨୦ ଦିନ ଧରି ଦେଶରେ ସଂକ୍ରମଣ ୧୦ ହଜାର ତଳେ ରହିଛି । ଓମିକ୍ରନ୍‌ ପ୍ରଜାତି ପାଇଁ ଅନ୍ୟ ରାଷ୍ଟ୍ରରେ ସଂକ୍ରମଣ ବଢ଼ୁଛି। ତେଣୁ ଆବଶ୍ୟକ ନଥିଲେ ଯାତ୍ରା ନକରିବା ପାଇଁ ଏବଂ ଭିଡ଼ ସ୍ଥାନକୁ ନଯିବାପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପରାମର୍ଶ ଦେଇଛି ।

କେବଳ ଟିକା ଏଭଳି ସଙ୍କଟରୁ ଦେଶକୁ ମୁକ୍ତ କରିବ ନାହିଁ । ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଏବଂ ହାତ ବାରମ୍ବାର ଧୋଇବା ଏବଂ ଅନ୍ୟ କଟକଣା ପାଳନ କରିବାପାଇଁ ମନ୍ତ୍ରାଳୟ କହିଛି।
ଶୁକ୍ରବାର ଦିଲ୍ଲୀରୁ କେବଳ ୧୦ ନୂଆ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି । ଏଥିସହ ଦିଲ୍ଲୀରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୪୦ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକ ଏବଂ ‌ତେଲେଙ୍ଗାନାରେ ୮ ଲେଖାଏଁ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧କୁ ବୃଦ୍ଧି ପାଇଛି।

Get real time updates directly on you device, subscribe now.