fbpx

ଦେଶରେ ଶହେ ଟପିଲା ‘ଓମିକ୍ରନ’, କେନ୍ଦ୍ର ସରକାରଙ୍କ ସୂଚନା

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି । ୧୧ଟି ରାଜ୍ୟରେ ମୋଟ ୧୦୧ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୩୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଦିଲ୍ଲୀରେ ୨୨, ରାଜସ୍ଥାନରେ ୧୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରେ ୮, ତେଲେଙ୍ଗାନାରେ ୮, ଗୁଜରାଟରେ ୫, କେରଳରେ ୫, ଆନ୍ଧ୍ର, ଚଣ୍ଡିଗଡ଼, ତାମିଲନାଡ଼ୁ ଓ ପଶ୍ଚିମବଙ୍ଗରେ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ୟୁରୋପୀୟ ରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲଗିଛି । ବ୍ରିଟେନ, କାନାଡ଼ା ଆଦି ଦେଶରେ ହୁ ହୁ ହୋଇ ଓମିକ୍ରନ ବଢ଼ିଚାଲିଛି । ଓମିକ୍ରନରୁ ବର୍ତ୍ତିବା ପାଇଁ ସତର୍କ ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଟିକା ନିଶ୍ଚିତ ନେବା ଓ କୋଭିଡ଼ ନିୟମ କଡ଼ାକଡ଼ି ମାନିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ମାସ୍କ, ସାମାଜିକ ଦୂରତ୍ୱ, ସାନିଟାଇଜର ନିଶ୍ଚିତ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ଲବ୍ ଅଗ୍ରୱାଲ ।

Get real time updates directly on you device, subscribe now.