fbpx
BSKY
BJD MC SKY
BJD MS SKY

ଓମିକ୍ରନ୍ ବିସ୍ଫୋରଣ ପରେ ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ନିଷ୍ପତି: ଖୋଲିବନି ଶିକ୍ଷାନୁଷ୍ଠାନ, ଉଡ଼ିବନି ବିମାନ, ୫୦% କର୍ମଚାରୀରେ ଚାଲିବ ଅଫିସ୍‌

କୋଲକାତା : ପଶ୍ଚିମବଙ୍ଗରେ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ଉଗ୍ର ରୂପ ମମତା ସରକାରଙ୍କ ନିଦ ହଜାଇ ଦେଇଛି । ତେଣୁ ଜାନୁୟାରୀ ୩ ତାରିଖ ଠାରୁ ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ବର୍ତ୍ତମାନ ଲଣ୍ଡନରେ ଅଧିକ ଓମିକ୍ରନ ସଂକ୍ରମଣର କେସ୍‌ ସାମ୍ନାକୁ ଆସୁଥିବାରୁ କୋଲକତାରୁ ଲଣ୍ଡନକୁ ଯାତ୍ରା କରିବାକୁ ଥିବା ସମସ୍ତ ବିମାନ ଉଡ଼ାଣକୁ ବାତିଲ କରିଛନ୍ତି ପଶ୍ଚିମବଙ୍ଗ ସରକାର । ଏଥିସହିତ ସପ୍ତାହକୁ ମାତ୍ର ୨ ଥର କୋଲକତାରୁ ଦିଲ୍ଲୀ ଓ ମୁମ୍ବାଇକୁ ଉଡ଼ାଣ ଭରିବ ବୋଲି କଟକଣା ଜାରି କରିଛନ୍ତି ।

ସେହିଭଳି ୫୦% କର୍ମଚାରୀରେ ସରକାରୀ କାର୍ଯ୍ୟାଳୟ ଚଳାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଥିଲାବେଳେ ବେସରକାରୀ କାର୍ଯ୍ୟାଳୟଗୁଡ଼ିକୁ ୬୦% କର୍ମଚାରୀରେ କାମ କରିବାକୁ କହିଛନ୍ତି । ପୂର୍ବାହ୍ଣ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସମସ୍ତ ଆବଶ୍ୟକୀୟ ସେବା ଜାରି ରହିବ ଏବଂ ରାତ୍ରି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଗମନାଗମନ ଉପରେ ରୋକ୍‌ ଲାଗିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ସେହିଭଳି ରାଜ୍ୟରେ ଥିବା ସମସ୍ତ ବିୟୁଟି ପାର୍ଲର ଓ ଜିମ୍‌ଖାନାଗୁଡ଼ିକ ମଧ୍ୟ ବନ୍ଦ ରହିବ । ଏଥିସହିତ ରାଜ୍ୟରେ ଥିବା ସମସ୍ତ ପାର୍କ, ଚିଡିଆଖାନା ଓ ଟୁରିଷ୍ଟ ପ୍ଲେସ୍‌ଗୁଡ଼ିକୁ ମଧ୍ୟ ସୋମବାର ଠାରୁ ବନ୍ଦ ରଖାଯିବ ବୋଲି ରାଜ୍ୟ ମୁଖ୍ୟ ସଚିବ ଏଚ୍‌.କେ.ଦ୍ୱିବେଦୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.