fbpx

୭୭ଟି ରାଷ୍ଟ୍ରକୁ ଛୁଇଁ ସାରିଲାଣି ଓମିକ୍ରନ, ସଂକ୍ରମଣକୁ ନେଇ ବଢ଼ିଲା WHOର ଆଶଙ୍କା

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ ୭୭ଟି ଦେଶକୁ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଛୁଇଁ ସାରିଲାଣି । ତେଣୁ ଆଗକୁ ଭୟଙ୍କର ଭାବେ ସଂକ୍ରମଣ ବଢ଼ିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମହାନିର୍ଦ୍ଦେଶକ ଟେଡ୍ରୋସ ଏ. ଘେବ୍ରେୟସସ । ତେବେ ଭାରିଆଣ୍ଟ ଏହି ସଂଖ୍ୟାଠାରୁ ଅଧିକ ଦେଶକୁ ବ୍ୟାପିଥିବା ନେଇ ଅନୁମାନ କରାଯାଉଥିଲେ ସେ ବିଷୟରେ କିଛି ସ୍ପଷ୍ଟ ହୋଇପାରିନାହିଁ ।

ବୁଷ୍ଟର ଡୋଜକୁ ନେଇ ହୁ ମହାନିର୍ଦ୍ଦେଶକ କହିଛନ୍ତି ଯେ, ହୁ ବୁଷ୍ଟର ଡୋଜ ପ୍ରଦାନ ନିମନ୍ତେ ବିରୋଧ କରିବା ସପକ୍ଷରେ ନାହିଁ । ପ୍ରତ୍ୟେକ ରାଷ୍ଟ୍ରର ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ଆମର ମୁଖ୍ୟ କର୍ତ୍ତବ୍ୟ ବୋଲି ସେ କହିଥିଲେ । ଜଣାପଡ଼ିଛି ଯେ, ନୂଆ ଭାରିଆଣ୍ଟ ପ୍ରଥମେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିଲେ ହେଁ ଏବେ ସେଠାରେ ମାମଲା କମ୍ ଦେଖିବାକୁ ମିଳୁଛି । ପରିସ୍ଥିତିକୁ ଦେଖି ଆମେରିକା, ଇସ୍ରାଏଲ ପରିଦେଶଗୁଡ଼ିକରେ ବୁଷ୍ଟର ଡୋଜ୍ ଲାଗିବା ଆରମ୍ଭ ହୋଇଗଲାଣି । । ପାକିସ୍ତାନରୁ ପ୍ରଥମ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇସାରିଛି । ସେହିପରି ଭାରତରେ ଏବେ ସୁଦ୍ଧା ମୋଟ ୬୧ଟି ମାମଲା ସାମନାକୁ ଆସିଛି । ମହାରାଷ୍ଟ୍ରରୁ ୨୮ଟି, ରାଜସ୍ଥାନରୁ ୧୭ଟି, ଦିଲ୍ଲୀରୁ ୬ଟି, ଗୁଜରାଟରୁ ୪ଟି, କର୍ଣ୍ଣାଟକରୁ ୩ଟି, କେରଳ, ଆନ୍ଧ୍ରପ୍ରଦେଶ ଓ ଚଣ୍ଡିଗଡ଼ରୁ ୧ଟି ଲେଖାଏଁ ମାମଲା ଚିହ୍ନଟ ହୋଇଛନ୍ତି । ଦେଶର ୮ଟି ରାଜ୍ୟରୁ ଓମିକ୍ରନ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.