fbpx

ମାଡ଼ି ଆସୁଛି ଓମିକ୍ରନର ସବ୍‌ ଭାରିଆଣ୍ଟ, ବିଶ୍ୱରେ ଧିରେ ଧିରେ କାୟା ମେଲାଇଲାଣି ‘ବିଏ.୨’ ଭାରିଆଣ୍ଟ

ନୂଆଦିଲ୍ଲୀ: ଦୀର୍ଘ ଦୁଇବର୍ଷ ଧରି ସାରା ବିଶ୍ୱ ମହାମାରୀ ସହ ଲଢ଼େଇ ହେଉଥିବା ବେଳେ ବେଶ୍‌ କିଛି ମାସ ହେଲା ଏଥିରୁ ସାମାନ୍ୟ ଆଶ୍ୱସ୍ତିଲାଭ ମିଳିଥିଲେ । ମାତ୍ର ଧିରେ ଧିରେ ବିଶ୍ୱରେ ପୁଣି ଅନେକ ସ୍ଥାନରେ ବର୍ତ୍ତମାନ କରୋନା ମାମଲା ବୃଦ୍ଧି ପାଇବା ଆରମ୍ଭ କଲାଣି । କରୋନାର ଓମିକ୍ରନ ଭାରିଆଣ୍ଟ ଯୋଗୁଁ ବିଶ୍ୱର ଅନେକ ସ୍ଥାନରେ କେସ ବଢିବାରେ ଲାଗିଛି । ଓମିକ୍ରନ ଭାରିଆଣ୍ଟର ସବ ଭାରିଆଣ୍ଟ ବିଏ.୨ ଏବେ ସାରା ବିଶ୍ୱରେ କାୟା ମେଲାଇବାରେ ଲାଗିଛି ।

ଦ୍ରୁତ ଗତିରେ ବ୍ୟାପୁଥିବା କରୋନାର ଓମିକ୍ରନ୍‌ ଭାରିଆଣ୍ଟକୁ ତିନୋଟି ସବ୍‌ ଭାରିଆଣ୍ଟ ବିଏ.୧, ବିଏ.୨ ଏବଂ ବିଏ.୩ରେ ବିଭାଜନ କରାଯାଇଛି । ବିଏ.୨ ସବ ଭାରିଆଣ୍ଟକୁ ଟ୍ରାକ୍‌ କରିବା ଅନ୍ୟ ଭାରିଆଣ୍ଟ ତୁଳନାରେ ଅଧିକ କଷ୍ଟ ହୋଇଥାଏ । ଏହି କାରଣରୁ ଏହାକୁ ଚୋରି ପ୍ରଜାତି ମଧ୍ୟ କୁହାଯାଏ । ବିଏ.୧କୁ ସାଧାରଣ ଆଟିପିସିଆର ପରୀକ୍ଷା ଦ୍ୱାରା ଚିହ୍ନଟ କରାଯାଇପାରେ ।

ସେହିପରି ବିଏ.୨ ଏବଂ ବିଏ.୩ ସହ ଅନ୍ୟ ପ୍ରଜାତିକୁ ଜିନୋମିକ ସିକ୍ୱେନିଂ ଦ୍ୱାରା ଚିହ୍ନଟ କରାଯାଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ଚିହ୍ନଟ ହେଉଥିବା ମାମଲା ମଧ୍ୟରୁ ୮୬ ପ୍ରତିଶତ ବିଏ.୨ ଭାରିଆଣ୍ଟ । କରୋନାର ଅନ୍ୟ ଭାରିଆଣ୍ଟ ତୁଳନାରେ ଏହା ଦ୍ରୁତ ଗତିରେ ବ୍ୟାପିଥାଏ । ତେବେ ବୈଜ୍ଞାନିକଙ୍କ ତଥ୍ୟ ଅନୁସାରେ ଏଥିରେ ଅଧିକ ସଂକ୍ରମିତ ହେବା ସମ୍ଭାବନା କମ ।

Get real time updates directly on you device, subscribe now.