ଦାବି ପୂରଣ ନହେଲେ ସମୂହ ଇସ୍ତଫା ଦେବାକୁ ଓମସାର ଚେତାବନୀ

ଭୁବନେଶ୍ୱର,୨୦ା୪: ଏକ ମାସ ମଧ୍ୟରେ ଦାବି ପୂରଣ ନହେଲେ ସମୂହ ଇସ୍ତଫା ଦେବାକୁ କଡ଼ା ଚେତାବନୀ ଦେଇଛି ଓମସା (ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ୍)। ୭ ଦଫା ଦାବି ନେଇ ସରକାରଙ୍କ ଉପରେ ବର୍ଷିଛି ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ୍ । ଏ ନେଇ ରବିବାର ଏକ ସାଧାରଣ ଅଧିବେଶନ ଭୁବନେଶ୍ୱରସ୍ଥିତ ଓମସା ଭବନରେ ଅନୁଷ୍ଠିତ ହୋଇଯାଇଛି।

ଦାବିଗୁଡ଼ିକ ମଧ୍ୟରେ କେନ୍ଦ୍ରୀୟ ହାରରେ DACP। ଯାହା ୧୮ଟି ରାଜ୍ୟରେ ଡାକ୍ତରମାନଙ୍କୁ ମିଳୁଛି, ଓଡିଶା ଡାକ୍ତରଙ୍କୁ ମିଳୁନାହିଁ । ୨କ୍ୟାଡର ପୁନର୍ଗଠନ, ଦାନ୍ତ ଡାକ୍ତରମାନଙ୍କୁ ତୁରନ୍ତ ପ୍ରଚଳିତ DACP, ପିଜି ପ୍ରୋତ୍ସାହନ ରାଶି ଏବଂ  PBI ମିଳୁ । ଆଡହକ୍ ଡାକ୍ତରମାନଙ୍କ ଡିଏସିପିରେ ସାମିଲ କରାଯିବା,  ସ୍ୱଚ୍ଛ ବଦଳି ନୀତି ଆଦି ଅନ୍ତର୍ଭୁକ୍ତ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପରଫର୍ମାନ୍ସ ରିପୋର୍ଟ ଜିଲ୍ଲାପାଳଙ୍କ ବଦଳରେ ସ୍ୱାସ୍ଥ୍ୟ ନିର୍ଦେଶକ ଦିଅନ୍ତୁ ବୋଲି ଓମସା ଦାବି କରିଛି।