ନୂଆଦିଲ୍ଲୀ: ହାଇଦ୍ରାବାଦ୍ରେ କିଛି କୁକୁର ଏକ ଶିଶୁକୁ ଝୁଣି ମାରିଦେବା ଘଟଣା ପୂରା ଦେଶକୁ ସ୍ତବ୍ଧ କରି ଦେଇଥିଲା। ଏବେ ଉତ୍ତର ପ୍ରଦେଶର ଆଲିଗଡ଼ରେ ଏକ ଶଣ୍ଢ ଗୋଟିଏ ୪ ବର୍ଷର ଶିଶୁ ଉପରେ ଆକ୍ରମଣ କରିବାର ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶଣ୍ଢ ଟି ଶିଶୁଟିକୁ ଆକ୍ରମଣ କରିବା ପରେ ତାକୁ ପାଦରେ ଦଳି ଦେଇଥିଲା।
ପରେ ଜଣେ ବ୍ୟକ୍ତି ଚାରି ବର୍ଷର ଶିଶୁଟିକୁ ଉଦ୍ଧାର କରିଥିଲେ। ଏହି ବ୍ୟକ୍ତି ଜଣକ ରାସ୍ତାରେ ପିଲାଟିକୁ ଏକୁଟିଆ ଛାଡି ଭିତରକୁ ଯିବାର କିଛି ମିନିଟ୍ ପରେ ଘଟିଥିଲା।
A four-year-old girl was trampled by a stray bull at Dhanipur Mandi in the Thana Gandhi Park area of Aligarh., Uttar Pradesh. The seriously injured girl is undergoing treatment at a local hospital, where her condition is stated to be critical.
pic.twitter.com/24YQPAIuH8— Ahmed Khabeer احمد خبیر (@AhmedKhabeer_) March 9, 2023
ଏହି ଘଟଣା ପରେ ମ୍ୟୁନିସିପାଲିଟି କର୍ପୋରେସନ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହି ଅଞ୍ଚଳର ବାସିନ୍ଦାଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିବା ଶଣ୍ଢକୁ ଧରିବା ପାଇଁ ଉଦ୍ୟମ କରୁଛି ବୋଲି ମ୍ୟୁନିସିପାଲିଟି କର୍ପୋରେସନ୍ ମୁଖପାତ୍ର କହିଛନ୍ତି। ଅନ୍ୟ ଏକ ଭିଡିଓରେ ସ୍ଥାନୀୟ ମ୍ୟୁନିସିପାଲିଟି ସଂସ୍ଥାର ୪-୫ ଜଣିଆ ଟିମ୍ ଏକ ଟ୍ରକରେ ଶଣ୍ଢକୁ ନେଉଥିବାର ନଜର ଆସିଛନ୍ତି। ଦୁଇଜଣ ଲୋକ ଶଣ୍ଢକୁ ଟ୍ରକ୍ ଭିତରେ ଦଉଡି ସାହାଯ୍ୟରେ ଟାଣିବାକୁ ଚେଷ୍ଟା କରନ୍ତି ଏବଂ ଦୁଇଜଣ ବ୍ୟକ୍ତି ବାଡ଼ି ସାହାଯ୍ୟରେ ଶଣ୍ଢକୁ ଆଗକୁ ଯିବା ପାଇଁ ପଛରୁ ଠେଲୁଛନ୍ତି ।