fbpx

ପ୍ରଥମ ସିଜନରେ ହିଁ ମାଲାମାଲ ହେଲା ଚମ୍ପିୟାନ ଗୁଜୁରାଟ: ଜାଣନ୍ତୁ କେତେ ମିଳିଲା ପୁରସ୍କାର ?

Advertisement

ନୂଆଦିଲ୍ଲୀ: ସରିଛି ଚଳିତ ବର୍ଷର ଆଇପିଏଲ । ପ୍ରଥମ ଥର ମ୍ୟାଚର ଟାଇଟଲ ଜିତି ଚାମ୍ପିୟନ ହୋଇଛି ଗୁଜରାଟ ଟାଇଟନ୍ସ । ତେବେ ଖେଳ ତ’ ସରିଥିଲା କିନ୍ତୁ ଏହାପରେ ହୋଇଥିଲା ଟଙ୍କା ବର୍ଷା । ସେ ଟିମ୍ ହୁଅନ୍ତୁ ବା ଖେଳାଳି ସବୁ ହୋଇଛନ୍ତି ମାଲାମାଲ୍ । ଚାମ୍ପିୟନ ଟିମ୍ ଗୁଜରାଟ ଟାଇଟନ୍ସ ହାତରେ କୁବେରଙ୍କ ଖଜାନା ଲାଗିଛି । ହାରିବା ଟିମ୍ ରାଜସ୍ଥାନ ରୟାଲ୍ସର ମଧ୍ୟ ଆୟ କିଛି କମ୍ ନୁହେଁ । ପ୍ଲେ ଅଫ୍ ରେ ପହଞ୍ଚି ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ ମଧ୍ୟ ଭଲ ଆୟ କରିଛନ୍ତି । କହିବାକୁ ଗଲେ ଚାରିଟି ଟିମ ଉପରେ ପୁରସ୍କାରର ବର୍ଷା ହୋଇଛି ।

ଆଇପିଏଲ ୨୦୨୨ ରେ କେବଳ ଟପ୍ ଚାରି ଟିମଙ୍କର ଆୟ ହୋଇନାହିଁ ବରଂ ଅନେକ ଖେଳାଳିଙ୍କୁ ମଧ୍ୟ ଲକ୍ଷ ଲକ୍ଷର ପୁରସ୍କାର ମିଳିଛି । ଗୁଜରାଟ ଏବଂ ରାଜସ୍ଥାନ ମଧ୍ୟରେ ଖେଳାଯାଇଥିବା ଫାଇନାଲ ସରିବା ପରେ ଅନେକ ଖେଳାଳିଙ୍କୁ ଚଳିତ ସିଜିନରେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଛି । ତେବେ ଆସନ୍ତୁ ଜାଣିବା ଫାଇନାଲ ପରେ କେଉଁ ଟିମ୍ ଏବଂ କେଉଁ ଖେଳାଳିଙ୍କୁ ପୁରସ୍କାର ଦିଆଯାଇଛି ।

ଆଇପିଏଲ ୨୦୨୨ ର ଚାମ୍ପିୟନ ଟିମ୍ ଗୁଜରାଟ ଟାଇଟନ୍ସକୁ ୨୦ କୋଟି ପୁରସ୍କାର ମିଳିଛି । ଏହାପରେ ରନରଅପ୍ ଟିମ୍ ଅର୍ଥାତ୍ ଫାଇନାଲ ହାରିଥିବା ରାଜସ୍ଥାନ ରୟାଲ୍ସକୁ ୧୩ କୋଟି ମିଳିଛି । ତୃତୀୟ ସ୍ଥାନରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୭ କୋଟି, ସେହିଭଳି ଚତୁର୍ଥ ସ୍ଥାନରେ ଥିବା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୬ କୋଟି ମିଳିଛି ।

ଏବେ ଦେଖିବା କେଉଁ ଖେଳାଳିଙ୍କୁ ମିଳିଛି କେତେ ପୁରସ୍କାର?

ଆଇପିଏଲ ୨୦୨୨ ରେ ଟିମ୍ ଉପରେ ଟଙ୍କା ବର୍ଷା ହୋଇଥିଲେ ବି ଖେଳାଳି ମଧ୍ୟ ମାଲାମାଲ ହୋଇଛନ୍ତି । ପ୍ରତି ଖେଳାଳି ସିଜନରେ ନିଜର ଭଲ ପ୍ରଦର୍ଶନ ଲାଗି ପୁରସ୍କୃତ କରାଯାଇଥିଲା ।

ଦିନେଶ କାର୍ତ୍ତିକ- ସୁପର ଷ୍ଟ୍ରାଇକର ଅଫ୍ ଦ ସିଜନ- ଟାଟା ପଞ୍ଚ କାର୍

ଉମରାନ ମଲିକ- ଇମର୍ଜିଂ ପ୍ଲେୟାର ଅଫ୍ ଦ ଇୟର-୧୦ ଲକ୍ଷ

ଜୋସ ବଟଲର- ସିଜନରେ ସବୁଠୁ ଅଧିକ ଛକ୍କା-୧୦ ଲକ୍ଷ

ଲକି ଫର୍ଗ୍ୁସନ- ସିଜନର ସବୁଠୁ ଦ୍ରୁତ ବୋଲିଂ-୧୦ ଲକ୍ଷ

ଜୋସ ବଟଲର- ସିଜନରେ ସବୁଠୁ ଅଧି ଚଉକା-୧୦ ଲକ୍ଷ

ୟୁଜଭେନ୍ଦ୍ର ଚହଲ- ସିଜନର ସବୁଠୁ ଅଧିକ ୱିକେଟ(ପର୍ପଲ କ୍ୟାପ୍)-୨୭ ୱିକେଟ-୧୦ ଲକ୍ଷ

ଜୋସ ବଟଲର- ସିଜନରେ ସବୁଠୁ ଅଧିକ ରନ୍ (ଅରେଞ୍ଜ କ୍ୟାପ୍)୮୬୩ ରନ-୧୦ ଲକ୍ଷ

ଏଭିନ୍ ଲୁଇସ- କ୍ୟାଚ୍ ଅଫ୍ ଦ ସିଜନ-୧୦ ଲକ୍ଷ ଟଙ୍କା ପୁରସ୍କାର ମିଳିଛି ।

Get real time updates directly on you device, subscribe now.