ଭୁବନେଶ୍ୱର: ମାର୍ଚ୍ଚ ୩୦ରେ ତାରିଖରେ ଅନ୍ତଦୋୟ ଗୃହ ଯୋଜନାର ହେବ ଶୁଭାରମ୍ଭ। ଏହି ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ ହେବ ଏହି ଅନ୍ତଦୋୟ ଗୃହ ଯୋଜନା।
ସରକାର ଏହି ଯୋଜନାରେ ୫୦ ହଜାର ଲୋକଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭିନ୍ନକ୍ଷମ, ବିଧବା, ରୋଗରେ ପୀଡ଼ିତ ଯୋଜନାରେ ଅନ୍ତର୍ଭୁକ୍ତ ହେବେ। ଏହି ଯେଜନାରେ ସହିଦ ପରିବାର, ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଲୋକେ ଏହି ଯୋଜନାରେ ସାମିଲ ହୋଇପାରିବେ।
ମାର୍ଚ୍ଚ ୩୧ ଯାଏଁ ଚାଲିବ ଆବାସ ସର୍ଭେ: ମାର୍ଚ୍ଚ ୩୧ ତାରିଖ ଯାଏଁ ଆବାସ ସର୍ଭେ ଚାଲିବ। ଏ ନେଇ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ସର୍ଭେରେ ୧୯ ଲକ୍ଷ ପଞ୍ଜୀକରଣ ହୋଇଛି। ଆହୁରି ୧୭, ୧୮ ଦିନ ଥିବାରୁ ଅଧିକ ସାମିଲ ହେବେ।