fbpx

ଗଣତନ୍ତ୍ର ଦିବସରେ ୧୧୩୨ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିବ ସମ୍ମାନ,୨୭୭ ସାହସିକତା ପଦକ, ଓଡ଼ିଶାରୁ ୧୫

Advertisement

ଭୁୁବନେଶ୍ୱର: ଆଜି ଗୃହ ମନ୍ତ୍ରଣାଳୟ ବିଭିିନ୍ନ କ୍ଷେତ୍ରରେ ଉତ୍କୃଷ୍ଟତା ଓ ସାହସିକତା ପାଇଁ ପୁରସ୍କାର ଘୋଷଣା କରିଛନ୍ତି । ଗଣତନ୍ତ୍ର ଦିବସରେ ୧୧୩୨ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିବ ସମ୍ମାନ । ଉଲ୍ଲେଖନୀୟ ସେବା ଓ ସାହସିକତା ପ୍ରଦର୍ଶନ ଲାଗି ମିଳିବ ସମ୍ମାନ । ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ଆଦି କ୍ଷେତ୍ରରେ ଉତ୍କୃଷ୍ଟତା ଓ ସାହସିକତା ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କୁ ଏହି ସମ୍ମାନ ମିଳିବ ।
ମିଳିଥିବା ସୂଚନା ଅନୁଯାୟୀ ୨ ଜଣ ସୁରକ୍ଷା କର୍ମୀଙ୍କୁ ରାଷ୍ଟ୍ରପତି ସମ୍ମାନ ପ୍ରଦାନ କରାଯିବ । ଅନ୍ୟପକ୍ଷରେ ୨୭୫ ଜଣଙ୍କୁ ସାହସିକତା ସମ୍ମାନ ମିଳିବ । ତାଲିକାରେ ଓଡ଼ିଶାରୁ ୧୫ ଜଣ ସ୍ଥାନ ପାଇଥଇବା ଏମଏଚ୍‌ଏର ସୂଚନା । ୨ ଜଣ ଏସଆଇ, ଜଣେ ହାବିଲଦାର, ୭କମାଣ୍ଡୋ ପାଇବେ ପୁରସ୍କାର । ସନ୍ତୋଷ ବାଲାଙ୍କୁ ମିଳିବ ରାଷ୍ଟ୍ରପତି ପଦକ ।

ଓଡ଼ିଶାର ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ । ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲାଙ୍କୁ ଉଲ୍ଲେଖନୀୟ ସେବା ପଦକ । କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ମଧ୍ୟ ପାଇବେ ରାଷ୍ଟ୍ରପତି ପଦକ । ଓଡ଼ିଶାର ୧୧ ପୋଲିସ ଅଧିକାରୀଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିବ । ପୂର୍ବାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇଙ୍କୁ ମିଳିବ ସମ୍ମାନ । ତାଲିକାରେ ସ୍ଥାନ ପାଇଛନ୍ତି ୩ ଜଣ ଡିଏସପି ର‌୍ୟାଙ୍କ ଅଧିକାରୀ । ସାରଦା ପ୍ରସନ୍ନ ପ୍ରଧାନ, ପ୍ରଦୀପ ସାମଲ, ପ୍ରଶାନ୍ତ ସାହୁ ପାଇବେ ସମ୍ମାନ ।

Get real time updates directly on you device, subscribe now.