fbpx

ସୂର୍ଯ୍ୟ ନମସ୍କାର ଉପରେ ମୁସଲିମ୍ ସଂଗଠନକୁ ବଡ ଝଟ୍‌କା, କ’ଣ କହିଲେ କୋର୍ଟ ଜାଣନ୍ତୁ

ଜୟପୁର: ସୂର୍ଯ୍ୟ ନମସ୍କାର ମାମଲାରେ ମୁସଲିମ୍ ସଂଗଠନକୁ ରାଜସ୍ଥାନ ହାଇକୋର୍ଟ ପକ୍ଷରୁ ବଡ ଝଟକା ଲାଗିଛି । ସପ୍ତ ସପ୍ତମୀ ଅବସରରେ ୧୫ ଫେବୃୟାରୀରେ ପ୍ରଦେଶର ସମସ୍ତ ସ୍କୁଲରେ କରାଯିବାକୁ ଥିବା ସୂର୍ଯ୍ୟ ନମସ୍କାର ଆୟୋଜନ ଆଦେଶ ଉପରେ ପ୍ରତିବନ୍ଧ ଲଗାଇବାକୁ ମନା କରି ଦେଇଛନ୍ତି ।

ଏହି ଆଦେଶ ଉପରେ ପ୍ରତିବନ୍ଧ ଲଗାଇବାକୁ ଦାବୀ କରି ମୁସଲିମ୍ ସଂଗଠନ ପକ୍ଷରୁ ହାଇକୋର୍ଟରେ ଯାଚିକା ଦାଖଲ କରାଯାଇଥିଲା । ଏହା ଉପରେ ଆଜି ଶୁଣାଣୀ କରାଯାଇଥିଲା । ହାଇକୋର୍ଟ କହିଛନ୍ତି କି ଯାଚିକାକର୍ତ୍ତା ସଂଗଠନ କୌଣସି ପଞ୍ଜିକୃତ ସୋସାଇଟି ନୁହେଁ କି ସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ବି ନୁହଁନ୍ତି ।

ବିଚାରପତି ମହେନ୍ଦ୍ର ଗୋଏଲଙ୍କ ଅଦାଲତ ଯାଚିକାକର୍ତ୍ତାଙ୍କୁ କହିଛନ୍ତି, ସେମାନେ ମାର୍ଚ୍ଚ ୧ରେ ପୁନର୍ବାର ଏ ସଂପର୍କରେ ଯଥାର୍ଥ କାରଣ ଦର୍ଶାଇ ଯାଚିକା ଦାଖଲ କରନ୍ତୁ । ରାଜସ୍ଥାନର ଭଜନଲାଲ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏକ ଆଦେଶ ଜାରି କରିଛନ୍ତି କି ସୂର୍ଯ୍ୟ ସପ୍ତମୀ ଅବସରରେ ପ୍ରଦେଶର ସମସ୍ତ ସ୍କୁଲରେ ସୂର୍ଯ୍ୟ ନମସ୍କାର ଆୟୋଜନ କରାଯିବ । ଏହାପର ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶିକ୍ଷା ମନ୍ତ୍ରୀ ମଦନ ଦିଲାୱର ସୂର୍ଯ୍ୟ ନମସ୍କାରର ଏହି ଆୟୋଜନକୁ ଐତିହାସିକ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ବୈଠକ ଆୟୋଜନ କରି ଆବଶ୍ୟକ ସୂଚନା ପ୍ରଦାନ କରିଛନ୍ତି ।

କିନ୍ତୁ ସରକାରଙ୍କ ଏହି ଆଦେଶକୁ ମୁସଲିମ୍ ସଂଗଠନ ବିରୋଧ କରିଛି । ସଂଗଠନ କହିଛି ସୂର୍ଯ୍ୟ ନମସ୍କାରରେ ପ୍ରଣାମାସନ, ଅଷ୍ଟାଙ୍ଗ ନମସ୍କାର ଇତ୍ୟାଦି ପୂଜାର ଏକ ରୂପ । କିନ୍ତୁ ଇସଲାମ ଧର୍ମରେ ଆଲ୍ଲାଙ୍କ ବ୍ୟତିତ ଅନ୍ୟ କାହାର ପୂଜା ସ୍ୱୀକାର୍ଯ୍ୟ ନୁହେଁ । ଏହାପରେ ଏହି ମାମଲାକୁ ନେଇ ରାଜସ୍ଥାନ ମୁସଲିମ୍ ଫୋରମ୍ ଓ AIMIM  ହାଇକୋର୍ଟରେ ଯାଚିକା ଦାଖଲ କରିଥିଲେ ।

Get real time updates directly on you device, subscribe now.