fbpx

4G ନା 5G ? କେଉଁ ଫୋନରେ ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ

ଓଡ଼ିଶା ଭାସ୍କର: ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ସ୍ମାର୍ଟଫୋନ୍ ଯେମିତି ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟି ଗଲାଣି । କେତେ ଜଣ 4G ବ୍ୟବହାର କରୁଛନ୍ତି ତ ଆଉ କେତେ ଜଣ 5G । ଗତ ୨ ବର୍ଷ ହେବ ଭାରତରେ 5G ନେଟୱାର୍କ ଦୃତ ଗତିରେ ବିସ୍ତାର କରୁଛି । କାରଣ 5Gର ସ୍ପୀଡ୍ 4G ଠାରୁ ଅଧିକ । କିନ୍ତୁ କ’ଣ ଆପଣମାନେ ଜାଣିଛନ୍ତି କେଉଁ ନେଟୱାର୍କରେ ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ ? 4G ନା 5G ?

ଆମେରିକୀୟ କମ୍ପାନୀ Ookla(ଇଣ୍ଟରନେଟ୍ ସ୍ପୀଡ୍ ଯାଞ୍ଚ କରିବା ପାଇଁ ଏକ ଯନ୍ତ୍ର) କରିଥିବା ଏକ ଅଧ୍ୟୟନରୁ ପ୍ରକାଶ ଯେ 4G ନେଟୱାର୍କ ଉତ୍ତମ ଅଟେ । ଅପରପକ୍ଷରେ 5G ନେଟୱାର୍କରେ ୬ରୁ ୧୧% ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ । ଏକ ଟ୍ରାଏଲରୁ ଜଣାପଡ଼ିଛି ଯେ Qualcomm Snapdragon 8 Gen 2 ପ୍ରୋସେସର ଚିପ୍ ଦ୍ୱାରା କାର୍ଯ୍ୟ କରୁଥିବା 5G ଫୋନ୍ କମ୍ ଶକ୍ତି ଖର୍ଚ୍ଚ କରିଥାଏ । ଏହି ଚିପ୍ ଦ୍ୱାରା 5G ଫୋନ୍ ନେଟୱାର୍କରେ ୩୧% ଏବଂ 4G ଫୋନରେ ୨୫% ଶକ୍ତି ଖର୍ଚ୍ଚ କରିଥାଏ । ଏହା ବ୍ୟତୀତ ଅନ୍ୟ ସମସ୍ତ ଚିପ୍ 4Gରେ ଅଧିକ ବ୍ୟାଟୋରୀ ଖର୍ଚ୍ଚ କରିଥାଏ । ଏହାର ଏକ ମୁଖ୍ୟ କାରଣ ହେଉଛି 5G ନେଟୱାର୍କ ସବୁଆଡ଼େ ଉପଲବ୍ଧ ନଥିବାରୁ ନେଟୱାର୍କ ଖୋଜିବାରେ ଫୋନର ପାୱାର ଅଧିକ ଖର୍ଚ୍ଚ ହୋଇଥାଏ । ଯଦି ଆପଣ 5G ଫୋନରେ କମ୍ ବ୍ୟାଟେରୀ ଖର୍ଚ୍ଚ କରିବାକୁ ଚାହୁଁଛନ୍ତି ତେବେ ଏହି ଟିପ୍ସ ଆପଣାନ୍ତୁ ।

୧. ଯେତେବେଳେ 5G ନେଟୱାର୍କର ଆବଶ୍ୟକ ନାହିଁ ସେତେବେଳେ 4Gରେ କାମ ଚଳାନ୍ତୁ ।
୨. 5G ଫୋନର ସ୍କ୍ରିନ୍ ଅଧିକ ବ୍ରାଇଟ୍ ବା ଉଜ୍ଜ୍ୱଳ ଥାଏ । ଏମିତିରେ ସ୍କ୍ରିନ୍ ସେଟିଙ୍ଗକୁ ଅଟୋ ଆଡଜଷ୍ଟ ପରିବର୍ତ୍ତେ ମାନୁଆଲ ରଖନ୍ତୁ ।
୩. ଆପଣଙ୍କ 5G ଫୋନର ରିଙ୍ଗ୍ ଟୋନ୍ ଭାଇବ୍ରେଟ୍ ମୋଡରେ ଥିଲେ ପରିବର୍ତ୍ତନ କରି ସାଉଣ୍ଡ ମୋଡରେ ରଖନ୍ତୁ । କାରଣ ଭାଇବ୍ରେସନରେ ଅଧିକ ବ୍ୟାଟୋରୀ ଖର୍ଚ୍ଚ ହୋଇଥାଏ ।
୪. 5G ନେଟୱାର୍କର ସ୍ପୀଡ୍ ବହୁତ ଭଲ । ତେଣୁ ଫୋନର backgroundରେ ଆପେ ଆପେ କିଛି ଆପ୍ ଚାଲିଥାଏ । ଏହା ଦ୍ୱାରା ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ । ତେଣୁ ଅନାବଶକ ଆପ୍ ଗୁଡ଼ିକୁ backgroundରୁ କ୍ଲିୟର କରିଦିଅନ୍ତୁ ।

Get real time updates directly on you device, subscribe now.