fbpx

୧୫ରେ ମିଥୁନ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟଦେବ, ସୁନା ପରି ଚମକିବ ଏହି ରାଶିଙ୍କ ଭାଗ୍ୟ

ଓଡ଼ିଶା ଭାସ୍କର:ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କ ଗୋଚର ବହୁତ ଖାସ୍ ହୋଇଥାଏ । ଏବେ ସୂର୍ଯ୍ୟ ବୃଷ ରାଶିରେ ରହିଛନ୍ତି । ୧୫ ଜୁନ୍‌ରେ ସୂର୍ଯ୍ୟ ବୁଧଙ୍କ ରାଶି ମିଥୁନରେ ପ୍ରବେଶ କରିବାକୁ ଯାଉଛନ୍ତି । ସୂର୍ଯ୍ୟଙ୍କୁ ଶକ୍ତିର ମୁଖ୍ୟ ଉତ୍ସ କୁହାଯାଏ ।
ପୁରା ୧ ବର୍ଷ ପରେ ସୂର୍ଯ୍ୟ ମିଥୁନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ଯାହା ବହୁତ ଖାସ୍ ଅଟେ । ସୂର୍ଯ୍ୟଙ୍କ ଏହି ଗୋଚର କିଛି ରାଶିଙ୍କ ଲାଗି ଶୁଭ ଓ ଆଉ କିଛି ରାଶିଙ୍କ ଲାଗି ଅଶୁଭ ରହିବ ।

ମେଷ: ଏହି ରାଶିର ତୃତୀୟ ଭାବରେ ସୂର୍ଯ୍ୟଙ୍କ ଗୋଚର ହେବାକୁ ଯାଉଛି । ନୂଆ ଚାକିରୀର ଅବସର ପାଇବେ । କ୍ୟାରିୟରରେ ଅଧିକ ଉନ୍ନତି କରିବେ । ବ୍ୟବସାୟରେ ଧନ ଲାଭ ହେବ । ଆୟ ବୃଦ୍ଧି ଘଟିବ ।
ମିଥୁନ: ଏହି ରାଶିରେ ସୂର୍ଯ୍ୟଙ୍କ ଗୋଚର ହେବାକୁ ଯାଉଛି ଓ ଏହା ଲଗ୍ନ ଭାବରେ ହେବ । ଭାଗ୍ୟ ସାଥ ଦେବ । ସମସ୍ତ ଯୋଜନା ସଫଳ ହେବ । ଆୟ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ବହୁତ ଭଲ ରହିବ ।
ସିଂହ: ଏହି ରାଶିର ଦ୍ୱାଦଶ ଭାବରେ ସୂର୍ଯ୍ୟଙ୍କ ଗୋଚର ହେବ । ସମସ୍ତ କାର୍ଯ୍ୟରେ ଭଲ ଫଳ ମିଳିବ । ଯେତିକି ପରିଶ୍ରମ କରିବେ ସେତିକି ଫଳ ପାଇବେ । ଚାକିରୀରେ ପ୍ରମୋଶନ ହେବ । ବ୍ୟବସାୟରେ ଲାଭ ମିଳିବ ।
ତୁଳା: ଏହି ରାଶିର ନବମ ଭାବରେ ସୂର୍ଯ୍ୟଙ୍କ ଗୋଚର ହେବ । ଭଲ ଚାକିରୀ ମିଳିବ । ଆୟ ବୃଦ୍ଧି ଘଟିବ । ବିଦେଶ ଯାତ୍ରା କରିବେ । ସଞ୍ଚୟ ବଢିବ ।
କୁମ୍ଭ: ଏହି ରାଶିର ୫ମ ଭାବରେ ସୂର୍ଯ୍ୟଙ୍କ ଗୋଚର ହେବ । ଅଟକି ରହିଥିବା ଧନ ଫେରିପାଇବେ । ନିବେଶରେ ଭଲ ଲାଭ ପାଇବେ । ଶତ୍ରୁଙ୍କ ଠାରୁ ସାବଧାନ ରହିବାକୁ ପଡିବ ।

Get real time updates directly on you device, subscribe now.