fbpx

କ୍ରିସମସ୍ ଅବସରରେ ଏହି ରାଜ୍ୟରେ ୨ ଦିନରେ ପିଇଲେ ୧୫୦ କୋଟି ଟଙ୍କାର ମଦ

ଥିରୁବନ୍ତପୁରମ: କେରଳରେ କ୍ରିସମସ୍ ବା ବଡ଼ଦିନ ଅବସରରେ ଦୁଇ ଦିନରେ ଲୋକମାନେ ୧୫୦ କୋଟି ଟଙ୍କାର ମଦ ପିଇଛନ୍ତି । କେରଳର ରାଜ୍ୟ ପାନୀୟ ନିଗମ ଦ୍ୱାରା ଜାରି କରାଯାଇଥିବା ଆକଳନ ମୁତାବକ, ରାଜ୍ୟରେ କ୍ରିସମସ୍ ସମୟରେ ୨୪ ଓ ୨୫ ଡିସେମ୍ବରରେ ୧୫୦.୩୮ କୋଟି ଟଙ୍କାର ମଦ ବିକ୍ରି ହୋଇଛି । କ୍ରିସମସ୍ ଅବସରରେ ଡିସେମ୍ବର ୨୪ ତାରିଖରେ ସନ୍ଧ୍ୟା ସୁଦ୍ଧା ରାଜ୍ୟରେ କେବଳ ବେଭକୋ ଆଉଟଲେଟ୍ ରୁ ୬୫ କୋଟି ଟଙ୍କାର ମଦ ବିକ୍ରି ହୋଇଛି ।

ସେହିପରି ଥିରୁବନ୍ତପୁରମ୍ ରେ ପାୱାର୍ ହାଉସ୍ ଆଉଟଲେଟ୍ ସେହିଦିନ ସର୍ବାଧିକ ୭୩ ଲକ୍ଷ ଟଙ୍କାର ମଦ ବିକ୍ରି କରିଛି । ଗତ ବର୍ଷ ଏହି ସମୟରେ ରାଜ୍ୟରେ ମଦ ବିକ୍ରି ୫୫ କୋଟି ଟଙ୍କାର ହୋଇଥିଲା । ସେହିପରି ଚଳିତ ୨୫ ଡିସେମ୍ବର ରାଜ୍ୟରେ ପାଖାପାଖି ୭୩ କୋଟି ଟଙ୍କାର ମଦ ବିକ୍ରି ହୋଇଛି । ଏଥିରେ BEVCO ଓ କଂଜୟୁମର-ଫେଡ୍ ଆଉଟଲେଟ୍ ଦ୍ୱାରା ବିକ୍ରି ହୋଇଥିବା ମଦ ମଧ୍ୟ ସାମିଲ ରହିଛି । ପୂର୍ବରୁ କରାଯାଇଥିବା ଏକ ଆକଳନ ମୁତାବକ, ରାଜ୍ୟର ୩.୩୪ କୋଟି ଜନସଂଖ୍ୟା ମଧ୍ୟରୁ ୩୨.୯ ଲକ୍ଷ ଲୋକ ମଦ ପିଅନ୍ତି । ଯେଉଁଥିରେ ୨୯.୮ ଲକ୍ଷ ପୁରୁଷ ରହିଛନ୍ତି ଓ ୩.୧ ଲକ୍ଷ ମହିଳା ସାମିଲ ରହିଛନ୍ତି । କେରଳରେ ପ୍ରତିଦିନ ୫ ଲକ୍ଷ ଲୋକ ମଦ୍ୟପାନ କରନ୍ତି ।

Get real time updates directly on you device, subscribe now.