fbpx

ସାନିଆ ମିର୍ଜାଙ୍କୁ ବିବାହ ନେଇ ହେଉଥିବା ଗୁଜବ ଉପରେ ମହମ୍ମଦ ସାମି କହିଲେ ଏଭଳି କଥା, ଦମ୍ ଅଛି ତ…

ଓଡିଶା ଭାସ୍କର: ଭାରତୀୟ କ୍ରିକେଟ ଟିମ୍‌ର ଦ୍ରୁତତମ ବୋଲର ଶେଷରେ ତାଙ୍କୁ ଓ ଟେନିସ ଷ୍ଟାର ସୁନ୍ଦରୀ ସାନିଆଙ୍କୁ ନେଇ ହେଉଥିବା ଗୁଜବ ଉପରେ ଟପ୍ପଣୀ ରଖିଛନ୍ତି । ସୋସିଆଲ ମିଡିଆରେ ସାନିଆ ଓ ମହମ୍ମଦ ସାମିଙ୍କୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିଲା । ୟୁଜର୍ସ ଏ ଦୁହେଁ ପରସ୍ପରକୁ ବିବାହ କରିବେ ବୋଲି କହିବାରେ ଲାଗିଥିଲେ । ଏହାବାଦ ସେମାନଙ୍କର ଅନେକ ଖରାପ ଫଟୋ ମଧ୍ୟ ଚାରିଆଡେ ଘୂରି ବୁଲୁଥିଲା ।

ଏହିସବୁ ଗୁଜବ ଉପରେ ବର୍ତ୍ତମାନ ନିଜେ ମହମ୍ମଦ ସାମି ସାମ୍ନାକୁ ଆସି ତାଙ୍କର ଟିପ୍ପଣୀ ରଖିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଏଭଳି ଗୁଜବ ମନୋରଞ୍ଜନ ପାଇଁ କରାଯାଇପାରେ । କିନ୍ତୁ, କାହାର ବ୍ୟକ୍ତିଗତ ଜୀବନକୁ କ୍ଷତି ପହଞ୍ଚାଇ ବି ପାରେ । ସେ ଏହାକୁ ତୀବ୍ର ବିରୋଧ କରିଛନ୍ତି । ଏଭଳି ଗୁଜବଠୁ ଦୂରେଇ ରହିବା ପାଇଁ ସେ ସମସ୍ତଙ୍କୁ କହିଛନ୍ତି । ମିମ୍ସ କରିବା ମଜାକ ପାଇଁ ଉଦ୍ଦିଷ୍ଟ ଥାଏ । ମାତ୍ର ତାହାର ସୀମା ମଧ୍ୟ ରହିବା ଆବଶ୍ୟକ ବୋଲି ମହମ୍ମଦ ସାମି ଜଣାଇଛନ୍ତି ।

ଅନ୍ୟର କ୍ଷତି କରିବା ଭାରି ସହଜ । ସଫଳତା ପାଇବା ପାଇଁ ଅନେକ ସଂଘର୍ଷ କରିବାକୁ ହୁଏ । ସଫଳ ହୁଅନ୍ତୁ ଓ ଏଭଳି ଖରାପ ଜିନିଷ କରିବାଠୁ ଦୂରେଇ ରୁହନ୍ତୁ ବୋଲି ସେ କହିଛନ୍ତି । ଯଦି ଏହା ସତ୍ୟ ତେବେ ସତ୍ୟାପିତ ପେଜ ଦେଖାଇବା ପାଇଁ ସେ କହିଛନ୍ତି । ସୋସିଆଲ ମିଡିଆରେ ଏଭଳି ଖରାପ କାମ କରୁଥିବା ଲୋକଙ୍କ ଉପରେ ସେ ଖପ୍ପା ହୋଇଛନ୍ତି । ଅନ୍ୟକୁ ସହାୟତା କରନ୍ତୁ, ଅନ୍ୟର ଗୋଡ ନ ଟାଣନ୍ତୁ ବୋଲି ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.