ଜେପିସି ବୈଠକରେ ହଙ୍ଗାମା, ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ କମିଟିରୁ ନିଲମ୍ବିତ

ନୂଆଦିଲ୍ଲୀ: ୱାକ୍ଫ ରାଗରେ ଜେପିସି ମିଟିଂରେ ନେତା ପାଣି ବୋତଲ ଭାଙ୍ଗିଛନ୍ତି । ୱାକ୍ଫ ସଂଶୋଧନ ବିଧେୟକ ଉପରେ ଜେପିସି ବୈଠକରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ, ବିଜେପିର ଅବିଜିତ ଗଂଗୋପାଧ୍ୟାୟଙ୍କ ମଧ୍ୟରେ ଭୀଷଣ ଯୁକ୍ତି ହୋଇଥିଲା । ଉଭୟ ଉତକ୍ଷିପ୍ତ ହୋଇଉଠିଲେ । ତା ପରେ ବାନାର୍ଜୀ ଟେବୁଲ ଉପରେ କାଚ ବୋତଲ ବାଡେଇ ଥିଲେ । ଏଥିରେ ତାଙ୍କ ହାତରେ ଆଘାତ ଲାଗିଛି । ଘଟଣା ପରେ ତାଙ୍କୁ ନିଲମ୍ବନ କରାଯାଇଛି ।

ଖବରରୁ ପ୍ରକାଶ, ଓଡିଶାର ବାନି ମଣ୍ଡଳର ତଥ୍ୟ ଉପସ୍ଥାପନ ହେଉଥିଲା । କଲ୍ୟାଣ ବାନାର୍ଜୀ କିନ୍ତୁ ମଝିରେ ନିଜ ପକ୍ଷ ରଖିବାକୁ ଚାହିଁଥିଲେ । ସେ ଆଗରୁ ତିନି ଥର ନିଜ ମତ ରଖିସାରିଥିଲେ ଓ ପୁଣି କହିବାକୁ ସୁଯୋଗ ଚାହୁଁଥିଲେ । ଏହା ଦେଖି ବିଜେପି ସାଂସଦ ଗଙ୍ଗୋପାଧ୍ୟାୟ ବିରୋଧ କଲେ । ଏଥିରେ ରାଗିଯାଇ କଲ୍ୟାଣ ବାନାର୍ଜୀ ଗଙ୍ଗୋପାଧ୍ୟାୟଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିଲେ । ଏଥିସହ ସେଠି ଥିବା କାଚ ପାଣି ବୋତଲକୁ ଟେବୁଲରେ ପିଟି ଭାଙ୍ଗି ଦେଇଥିଲେ । ଏଥିରେ ତାଙ୍କ ଆଙ୍ଗୁଠି ଖଣ୍ଡିଆହୋଇଛି । ଏହି ଘଟଣା ପରେ କିଛି ସମୟ ପାଇଁ ବୈଠକକୁ ସ୍ଥଗିତ ରଖିବାକୁ ହୋଇଥିଲା ।

କିଛି ସମୟ ପରେ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓବେସୀ ଓ ଆପ ନେତା ସଞ୍ଜୟ ସିଂହ ବାନାର୍ଜୀଙ୍କୁ ସେଠାରୁ ସଂସଦ ବାହାରକୁ ନେଇଯାଇଥିଲେ ।

ଏହା ପୂର୍ବରୁ ସୋମବାର ବୈଠକରେ ମଧ୍ୟ ହଙ୍ଗାମା ହୋଇଥିଲା । ଅଳ୍ପସଂଖ୍ୟକ ମନ୍ତ୍ରଣାଳୟର ପ୍ରେଜେଣ୍ଟେସନ କାଳରେ ବିଜେପି ଓ ଏନଡିଏ ସାଂସଦ ତଥା ବିରୋଧୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ବିରୋଧୀ ସାଂସଦ ଅଭିଯୋଗ କରିଥିଲେ କି, ୱାକ୍ଫ ସଂଶୋଧନ ବିଲକୁ ଖାଲି ରାଜନୈତିକ କାରଣରୁ ମୁସଲମାନ ସମୁଦାୟକୁ ଟାର୍ଗେଟ କରାଯାଉଛି ।

Get real time updates directly on you device, subscribe now.