fbpx

ଓନମ ପର୍ବ ଯୋଗୁଁ ବଢିିଲା ସଂକ୍ରମଣ, ଗୋଟିଏ ଦିନରେ ୩୧ ହଜାରରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ହ୍ରାସ ପାଉଥିବା ବେଳେ କେରଳର ନୂଆ ସଂଖ୍ୟା ଚିନ୍ତା ବଢ଼ାଇଛି । ବୁଧବାର ଦିନ କେରଳରେ ଦୈନିକ ମାମଲା ରେକର୍ଡସ୍ତରରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୧, ୪୪୫ କରୋନା ମାମଲା ସାମ୍ନାକୁ ଆସିଛି । ମଙ୍ଗଳବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଠାରୁ ଏହା ୩୦ ପ୍ରତିଶତ ଅଧିକ । ଏହି କ୍ରମରେ କେରଳରେ କରୋନା ମାମଲାରେ ମୋଟ୍ ସଂକ୍ରମଣ ସଂଖ୍ୟା ୩୮,୮୩,୪୨୯କୁ ବୃଦ୍ଧି ପାଇଛି । ୨୧୫ଜଣ ପ୍ରାଣ ହରାଇଥିବାରୁ ମୃତ୍ୟୁସଂଖ୍ୟା ୧୯,୯୭୨କୁ ବୃଦ୍ଧି ପାଇଛି ।

ତେବେ କେରଳରେ ୨୧ ଅଗଷ୍ଟକୁ ଓନମ ପର୍ବ ପାଳନ ହୋଇଥିଲା । ଓନମ ଉତ୍ସବ ପରେ ଚିକିତ୍ସା ବୈଜ୍ଞାନିକମାନେ ଭବିଷ୍ୟବାଣୀ କରିଥିଲେ ଯେ, କରୋନା ପଜିଟିଭ ରେଟ୍ ୨୦ ପ୍ରତିଶତ ଅଧିକ ହୋଇପାରେ ଓ ସଂକ୍ରମଣ ସଂଖ୍ୟା ବଢ଼ିପାରେ । କେରଳରେ ୧୦ ଦିନ ଧରି ଓନମ ପର୍ବ ଧୁମଧାମରେ ପାଳିତ ହୋଇଥିଲା । ଏରନାକୁଲମ ଜିଲ୍ଲରାରେ ସର୍ବାଧିକ ୪ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି । ଏହି ଓନମ ପର୍ବ ପରେ ହଠାତ୍ କୋଭିଡ ସଂକ୍ରମଣ ବଢ଼ିଯାଇଛି ।

Get real time updates directly on you device, subscribe now.