fbpx

ବ୍ରାଉନ୍‌ସୁଗର କାରବାରରେ ଲିପ୍ତ ଯୁବକକୁ ଉଠାଇ ନେଲା ପୋଲିସ, ୫ଟି ପୁଡିଆ ଧଳା ଜହର ଜବତ

ଢ଼େଙ୍କାନାଳ, (ଭାସ୍କର ନ୍ୟୁଜ୍‌): ଢେଙ୍କାନାଳ ସହର ଏବେ ଧଳା ଜହର କବଳରେ କବଳିତ ହୋଇପଡିଥିବା ବେଳେ ପୋଲିସ ନାମକୁ ମାତ୍ର ଏହି ଘଟଣାରେ ବିଭିନ୍ନ ସମୟରେ ଚଢାଉ କରି ମାମଲା ରୁଜୁ କରିବା ସହ ଘଟଣାରେ ସମ୍ପୃକ୍ତ ଯୁବକକୁ ଗିରଫ କରି କୋର୍ଟ ହାଜତକୁ ପଠାଇଦେବାରେ ସୀମିତ ରହିଛି । ଏହି କାରବାରରେ ଲିପ୍ତ ଯୁବକମାନଙ୍କ ପରିବାରର ଲୋକମାନେ ଏହି ଘଟଣାରେ ସମ୍ପୃକ୍ତ ରହୁଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଗିରଫ ନକରିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଲକ୍ଷ୍ମୀବଜାର ଅଂଚଳର ଆଇଡିବିଆଇ ବ୍ୟାଙ୍କ ସମ୍ମୁଖରେ । ଏହି ଅଞ୍ଚଳର ଜନୈକ ଯୁବକ ବ୍ରାଉନ ସୁଗାର କାରବାରରେ ଲିପ୍ତ ରହି ବିଭିନ୍ନ ସମୟରେ ପୋଲିସ ଦ୍ୱାରା ଗିରଫ ହେଉଥିବାର ଘଟଣା ଘଟୁଥିଲେ ମଧ୍ୟ ସମ୍ପୃକ୍ତ ଯୁବକର ପରିବାରର ମହିଳା ସଦସ୍ୟମାନେ ଏହି କାରବାରରେ ଲିପ୍ତ ରହୁଥିବାର ଦେଖିବାକୁ ମିଳୁଛି ।

ବ୍ରାଉନ ସୁଗାର କାରବାରରେ ଲିପ୍ତ ଯୁବକ ଗିରଫ ପରେ ମଧ୍ୟ ଉକ୍ତ ଘରକୁ ପଥଭ୍ରଷ୍ଟ କୋମଳମତି ଛାତ୍ରଛାତ୍ରୀମାନେ ମହିଳାମାନଙ୍କ ହାତରୁ ବ୍ରାଉନ ସୁଗାର ଖରିଦ କରି ସ୍ୱର୍ଗସୁଖ ଲାଭ କରୁଛନ୍ତି । ହେଲେ ପୋଲିସ ଏହି ମହିଳା ସଦସ୍ୟମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ପୂନର୍ବାର ଆଜି ଟାଉନ ପୋଲିସ ସଦଳବଳେ ଉକ୍ତ ଯୁବକ ବାପୁନୀ ସ୍ୱାଇଁଙ୍କ ଘରେ ଚଢାଉ କରି ଜେଲ ହାଜତରୁ ବେଲରେ ଆସି କାରବାରରେ ଲିପ୍ତ ଯୁବକଙ୍କୁ ଗିରଫ କରିବା ସହ ତାଙ୍କ ଘରୁ ମାତ୍ର ୫ଟି ପୁଡିଆ ବ୍ରାଉନ ସୁଗାର ପାଇଥିବା ସୂଚନା ମିଳିଛି । ମାତ୍ର ଏହି କାରବାରରେ ସମ୍ପୃକ୍ତ ଯୁବକ ବାପୁନୀ ସ୍ୱାଇଁ ଘରର ମହିଳା ସଦସ୍ୟମାନଙ୍କୁ ପୋଲିସ ପଚରା ଉଚରା ମଧ୍ୟ କରିନଥିବାର ସୂଚନା ହସ୍ତଗତ ହୋଇଛି । ଏ ନେଇ ପୋଲିସ ଠାରୁ କୌଣସି ତଥ୍ୟ ଜଣାପଡିନାହିଁ ।

Get real time updates directly on you device, subscribe now.