‘ୱାନ୍ ଚାୟ ପ୍ଲିଜ୍’… ନିଆରା ଅନ୍ଦାଜରେ ଚା’ର ଅର୍ଡ଼ର ଦେଲେ Bill Gates, Dolly Chaiwalaଙ୍କ ସହ ଫଟୋ ବି ଉଠାଇଲେ, ଦେଖନ୍ତୁ ଭିଡ଼ିଓ

ଓଡ଼ିଶା ଭାସ୍କର: ଦୁନିଆରେ ଚାହା ପ୍ରାୟ ସମସ୍ତଙ୍କ ପସନ୍ଦ । ଏହା ବିଭିନ୍ନ ପ୍ରକାରରେ ଉପଲବ୍ଧ ହୋଇଥାଏ ଯେପରି ମସଲା ଟି, ବ୍ଲାକ୍ ଟି, ଲେମନ୍ ଟି, ଅଦରକ୍ ଟି, ଗ୍ରୀନ୍ ଟି, ମିଲ୍କ ଟି ଇତ୍ୟାଦି । ନିକଟରେ ମାଇକ୍ରୋସଫ୍ଟ ଫାଉଣ୍ଡର Bill Gates ଭାରତ ଗସ୍ତରେ ଆସିଥିଲେ । ସମାଜସେବା ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ନାଗପୁର ସ୍ଥିତ ଫେମସ୍ ଡଲି ଚା’ ବାଲା (Dolly Chaiwala)ଙ୍କ ସହ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏହି ଭିଡ଼ିଓରେ Bill Gates ଙ୍କର ଭିନ୍ନ ଅନ୍ଦାଜ ଲୋକମାନେ ବେଶ ପସନ୍ଦ କରିଛନ୍ତି ।

ବିଶ୍ୱର ଧନି ବ୍ୟକ୍ତିଙ୍କ ତାଲିକାରେ Bill Gatesଙ୍କ ନାଁ ରହିଛି । ସେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଡଲି ଚା’ ବାଲା ସହ ଏକ ଭିଡ଼ିଓ ଶେୟାର କରିଛନ୍ତି । ଏଥିରେ ସେ ଭାରତର ପ୍ରଶଂସା କରିଛନ୍ତି । Bill Gatesଙ୍କ ଅନୁଯାୟୀ ଭାରତର ପ୍ରତ୍ୟେକ କୋଣରେ ଆପଣଙ୍କୁ କିଛି ନା କିଛି ନୂଆ ଦେଖିବାକୁ ମିଳିଥାଏ । ଯାହାକି ଏଇ ଗୋଟିଏ କପ୍ ଚା’ରେ ଆପଣମାନେ ଦେଖିପାରିବେ । ଏହି ଭିଡ଼ିଓରେ ଦର୍ଶାଯାଇଛି ଯେ କିପରି Bill Gates ନିଜ ସ୍ୱତନ୍ତ୍ର ଅନ୍ଦାଜରେ ‘ୱାନ୍ ଚାୟ ପ୍ଲିଜ୍’ କହି ଚା’ର ଅର୍ଡ଼ର ଦେଉଛନ୍ତି । ଏହା ପରେ ଚା’ ବାଲା ଷ୍ଟାଇଲିଶ ଅନ୍ଦାଜରେ ଚା’ ପ୍ରସ୍ତୁତ କରୁଥିବାର ନଜର ଅସିଛି । Bill Gates ଚା’ ପିଇବା ପରେ ତା’ର ପ୍ରଶଂସା କରିଛନ୍ତି । ଚାହା ପିଇବା ସହ ସେ ଚା’ ବାଲା ସହ କଥାବାର୍ତ୍ତା ବି ହୋଇଥିଲେ ।

Dolly Chaiwala କିଏ ?

ମହାରାଷ୍ଟ୍ର ନାଗପୁର ସଦର ଅଞ୍ଚଳରେ ଭିସିଏ ଷ୍ଟାଡ଼ିୟମ ନିକଟରେ Dolly Chaiwalaର ଚାହା ଠେଲା ଦୋକାନ ରହିଛି । Dolly Chaiwala ସୋସିଆଲ ମିଡ଼ିଆର ଜଣେ ସେଲିବ୍ରିଟି ଭାବେ ଜଣାଶୁଣା । ତାଙ୍କ ଷ୍ଟାଇଲ ଆଉ ଅନ୍ଦାଜ ଭିନ୍ନ । ସେ ଡିଜାଇନର ପୋଷାକ ପରିଧାନ କରନ୍ତି । ହାତରେ ବ୍ରେସଲେଟ୍ ଓ ଘଡ଼ି, କାନରେ ୱାୟାରଲେସ୍, ଆଖିରେ ରଙ୍ଗୀନ ଚଷମା ଓ ଷ୍ଟାଇଲିଶ ହେୟାର କଟ୍ । ନାଗପୁରରେ ଦୂର ଦୂରାନ୍ତରୁ ଲୋକମାନେ ତାଙ୍କ ହାତର ଚାହା ପିଇବା ପାଇଁ ଏଠାକୁ ଆସିଥାନ୍ତି । ତାଙ୍କ ନିଆରା ଅନ୍ଦାଜ ସମସ୍ତଙ୍କୁ ଆକର୍ଷିତ କରିଥାଏ ।

 

View this post on Instagram

 

A post shared by Bill Gates (@thisisbillgates)