ୱାନ୍ ଡାୟରେକ୍ସନ୍ ଗାୟକ ଲିଆମ୍ ପେନଙ୍କ ନିଧନ, ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଗାର୍ଲଫ୍ରେଣ୍ଡଙ୍କ ସହ ଶେୟାର କରିଥିଲେ ଫଟୋ

ନୂଆଦିଲ୍ଲୀ: ବିଶିଷ୍ଟ ପପ୍ ବ୍ୟାଣ୍ଡ୍ ୱାନ୍ ଡାୟରେକ୍ସନର ପୂର୍ବତନ ସଦସ୍ୟ ତଥା ଗାୟକ ଲିଆମ୍ ପେନ୍ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୧ ବର୍ଷ ବୟସ ହୋଇଥିଲା । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ ଏକ ହୋଟେଲରୁ ବାଲକୋନୀରୁ ଖସି ପଡ଼ି ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଲିଆମଙ୍କ ମୃତ୍ୟୁ ଖବର ତାଙ୍କର ଅନେକ ଫ୍ୟାନ୍ସଙ୍କୁ ବଡ଼ ଝଟକା ଦେଇଛି ।

ସୂଚନାରୁ ପ୍ରକାଶ ବୁଧବାର ଆର୍ଜେଣ୍ଟିନା ରାଜଧାନୀ ପଲେର୍ମେରେ ଭ୍ୟୁସନ୍ସ ଆର୍ଯ୍ୟନ୍ସ ହୋଟେଲର ୩ ମହଲାର ବାଲକୋନୀରୁ ଖସି ପଡ଼ିବା ଯୋଗୁ ତାଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ଏହା ଏକ ଆତ୍ମହତ୍ୟା ନା ଏକ ଷଡ଼ଯନ୍ତ୍ର । ଏନେଇ ସ୍ଥାନୀୟ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ତେବେ ପ୍ରତକ୍ଷଦର୍ଶୀଙ୍କ ଅନୁଯାୟୀ ଘଟଣାର କିଛି ସମୟ ପୂର୍ବରୁ ତାଙ୍କୁ ଲବିରେ ଅଜବ ବ୍ୟବହାର କରୁଥିବା ସହ ଲାପଟପ୍ ଭାଙ୍ଗିବାର ନଜର ଆସିଥିଲେ ।

fallback

ଜଣେ ଅନ୍ତର୍ଜାତୀୟ ଗାୟକ ଭାବେ ସେ ବେଶ ଲୋକପ୍ରିୟ ଥିଲେ । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଏହା ବ୍ୟତୀତ ତାଙ୍କର ମଦ ଅଭ୍ୟାସ ଥିବା ସହ ସୁଇସାଇଡାଲ ଟେଣ୍ଡେନ୍ସି ଥିବା ଜଣାପଡ଼ିଛି । ତେବେ ଲିଆମଙ୍କ ନିଧନ ଖବର ତାଙ୍କ ପରିବାର ଏବଂ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.